ନିଜକୁ ସେନା ଅଫିସର କହି ସେନା ଶିବିରରେ ପଶିଲେ ଦୁର୍ବୃତ୍ତ : ୨ଟି ଇନସାସ୍‌ ରାଇଫଲ ଧରି ଫେରାର

ଭୋପାଳ : ନିଜକୁ ସେନା ଅଫିସର କହି ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ମଧ୍ୟପ୍ରଦେଶର ପଞ୍ଚମାଢିସ୍ଥିତ ସେନା କ୍ୟାଣ୍ଟନମେଣ୍ଟରେ ପ୍ରବେଶ କରି ୨ଟି ଇନସାସ୍‌ ରାଇଫଲ ଓ କିଛି ଜୀବନ୍ତ ଗୁଳିନେଇ ଫେରାର ହୋଇଯାଇଛନ୍ତି । ଏହି ଘଟଣା ଜଣାପଡିବାପରେ ପୁଲିସ ସମଗ୍ର ଅଞ୍ଚଳରେ ହାଇଆଲର୍ଟ ଜାରି କରିଛି । ଉକ୍ତ ଦୁଇ ବ୍ୟକ୍ତିଙ୍କୁ ଠାବ କରିବାକୁ ହୋସଙ୍ଗାବାଦ ପୁଲିସ ପକ୍ଷରୁ ଏକ ବଡ଼ ଧରଣର ତଲାସୀ ଅଭିଯାନ ଆରମ୍ଭ କରାଯାଇଛି ବୋଲି ଏସପି ଏମ.ଏଲ. ଚାରୀ କହିଛନ୍ତି ।

ପୁଲିସ ସୁତ୍ରରୁ ମିଳିଥିବା ଖବର ମୁତାବକ ଶୁକ୍ରବାର ସକାଳେ ଦୁଇଜଣ ବ୍ୟକ୍ତି ନିଜକୁ ସେନା ଅଫିସର କହି କ୍ୟାଣ୍ଟନମେଣ୍ଟ ନିକଟସ୍ଥ ଏକ ଚେକ ପୋଷ୍ଟ ନିକଟରେ ପହଞ୍ଚିଲେ । ଭିତରୁ କାହାକୁ ଡାକିବାକୁ ସେମାନେ ଚେକପୋଷ୍ଟରେ ଥିବା ଯବାନମାନଙ୍କୁ କହିଥିଲେ । ଯବାନମାନଙ୍କ ସହ କିଛି ସମୟ କଥାହେବା ବାହାନାରେ ସେମାନେ ହଠାତ ସେଠାରେ ଥିବା ଦୁଇଟି ଇନସାସ ରାଇଫଲ ଓ ୨୦ଟି କ୍ୟାଟ୍ରିଜ ଧରି ଫେରାର ହୋଇଯାଇଥିଲେ । ଏହି ଘଟଣାର ତଦନ୍ତ ମିଲିଟାରୀ ପୁଲିସ କରୁଛି ।

ସମ୍ବନ୍ଧିତ ଖବର