ଦାନ୍ତେଓ୍ବାଡ଼ା : ଛତିଶଗଡ଼ର ନକ୍ସଲ ପ୍ରଭାବିତ ଜିଲ୍ଲାର ଦାନ୍ତେଓ୍ଵାଡାରେ ବଜ୍ରପାତରେ ଦୁଇ ଯବାନ ସହିଦ ହୋଇଛନ୍ତି। 

Advertisment

ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଯବାନ ବାରାସୁର ସିଆରପିଏଫ ୧୯୫ ବାଟାଲିୟନର ଟିମ୍ ସହ ଇନ୍ଦ୍ରାବତୀ ସତଧର ନିକଟରେ ସର୍ଚ୍ଚ କରୁଥିବା ବେଳେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାରୁ ସେମାନେ ଆହତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ଦାନ୍ତେଓ୍ଵାଡା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

ଦାନ୍ତେୱାଡା ଏସପି ଗୌରବ ରାୟ କହିଛନ୍ତି ଯେ ଉଭୟ ଯବାନ ମହେନ୍ଦ୍ର କୁମାର ଓ ଏସ.ଆଲମ ବାରାସୁର ସିଆରପିଏଫ ୧୯୫ ବାଟାଲିୟନରେ ଥିଲେ । ବରସୁର ସିଆରପିଏଫ ୧୯୫ ବାଟାଲିୟନର ଯବାନମାନେ ଇନ୍ଦ୍ରାବତୀ ସତଧର ନିକଟରେ ଖୋଜାଖୋଜି କରୁଥିବା ବେଳେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାରୁ ଉଭୟ ଯବାନ ଆହତ ହୋଇଥିଲେ। ଏହାପରେ ଉଭୟ ଯବାନଙ୍କ ଅବସ୍ଥାକୁ ଦେଖି ସେମାନଙ୍କୁ ଦାନ୍ତେଓ୍ଵାଡା ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି।