ପାଟନା: ବିହାରର ରାଜଧାନୀ ପାଟନା ଅପରାଧୀମାନଙ୍କ ଚରାଭୂଇଁ ପାଲଟିଛି। ପାଟନାର ଜାନିପୁର ଥାନା ଅଞ୍ଚଳର ନାଗୱାନ ଗ୍ରାମରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଘରେ ଶୋଇଥିବା ସମୟରେ ଅପରାଧୀମାନେ ଦୁଇଟି ନିର୍ଦ୍ଦୋଷ ଶିଶୁଙ୍କୁ ଜୀବନ୍ତ ଜାଳି ଦେଇଛନ୍ତି। ମୃତ ଶିଶୁଙ୍କ ବୟସ ପ୍ରାୟ ୧୦ ଏବଂ ୧୨ ବର୍ଷ ବୋଲି କୁହାଯାଉଛି।
ଘଟଣାର ସୂଚନା ପାଇବା ମାତ୍ରେ ଜାନିପୁର ଥାନା ପୋଲିସ ଏବଂ ଫୁଲୱାରୀ ସରିଫ ଉପ-ଖଣ୍ଡ ପୁଲିସ ଅଧିକାରୀ ଦୀପକ କୁମାର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୁଲିସ ମୃତଦେହକୁ ନିଜ କବଜାକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି।
ମୃତକଙ୍କ ପିତା କହିଛନ୍ତି ଯେ ସେ ପାଟନାର ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରେ କାମ କରୁଛୁ ଏବଂ ତାଙ୍କ ପତ୍ନୀ ଏମ୍ସରେ ସୁରକ୍ଷା କର୍ମୀ ଭାବରେ ନିଯୁକ୍ତ ଅଛନ୍ତି। ପିଲାମାନେ ସ୍କୁଲରୁ ପାଠପଢ଼ିବା ପରେ ଘରେ ଶୋଇଥିଲେ। ଏହି ସମୟରେ କେହି ଜଣେ ଘରେ ପ୍ରବେଶ କରି ଉଭୟ ଶିଶୁଙ୍କୁ ନିଆଁ ଲଗାଇ ଦେଇଥିଲେ। ଉଭୟ ଶିଶୁଙ୍କ ମୃତଦେହ ବିଛଣାରେ ପୋଡ଼ିଯାଇଥିବା ଦେଖିବାକୁ ମିଳିଥିଲା। ସୂଚନା ପାଇ ଆମେ ଯେତେବେଳେ ଘରେ ପହଞ୍ଚିଲୁ, ଦେଖିଲୁ ଯେ ଦୁଇଟି ପିଲା ଜଳୁଛନ୍ତି। ଏହା ପରେ ପୁଲିସକୁ ଏ ବିଷୟରେ ସୂଚନା ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/07/31/new-project-28-2025-07-31-21-50-51.jpg)