ସିଟଲ୍‌ରେ ଜନଗହଳି ସମୟରେ ବନ୍ଧୁକଧାରୀ ଗୁଳି ଚଳାଇବାରୁ ୨ ମୃତ; ୨ ଆହତ

ଓ୍ଵାସିଂଟନ୍‌: ସିଟଲ୍‌ ସହରରେ ଅପରାହ୍ଣ ଜନଗହଳି ସମୟରେ ଜଣେ ବନ୍ଧୁକଧାରୀ ଦୁଇଜଣ ଗାଡ଼ି ଚାଳକ ଏବଂ ଗୋଟିଏ ମେଟ୍ରୋ ବସ୍‌ ଉପରକୁ ଗୁଳି ଚଳାଇବାରୁ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇଜଣ ସାଂଘାତିକ ଆହତ ହୋଇଛନ୍ତି। ପରେ ପରେ ବନ୍ଧୁକଧାରୀ ଜଣକ ଗୋଟାଏ ଚୋରା କାର୍‌ରେ ଖସି ଯାଉଥିବା ବେଳେ ଅନ୍ୟଗାଡ଼ି ସହ ଧକ୍କା ଖାଇଥିଲେ। ବନ୍ଧୁକଧାରୀ ଏବେ ପୁଲିସ ହାଜତରେ ଅଛନ୍ତି।

ବିଳମ୍ବିତ ଅପରାହ୍ଣ ଗହଳି ମଧ୍ୟରେ ଘଟଣାଟି ଘଟିଥିଲା ୧୨୦ ଏବଂ ଏନ୍‌ଇ ଷ୍ଟାଣ୍ଡ୍‌ ପଏଣ୍ଟ୍‌ େଓ୍ଵସ୍ଥିତ ଏକ ବସ୍‌ ଷ୍ଟପ୍‌ ଠାରେ। ସମୟ: ପେସିଫିକ୍‌ ଡେଲାଇଟ୍‌ ଟାଇମ୍‌ ପ୍ରାୟ ଅପରାହ୍ଣ ୪ଟା ବୁଧବାର (ଆଇଏସ୍‌ଟି ଭୋର୍‌ ୪: ୩୦, ଗୁରୁବାର) ବେଳେ।

ଗୁଳି ଚାଳକ ପ୍ରଥମେ ଗୋଟିଏ ଗାଡ଼ି ନିକଟରେ ପହଞ୍ଚି ମହିଳା ଡ୍ରାଇଭର୍‌ଙ୍କ ଉପରକୁ ଗୁଳି ଚଳାଇଥିଲା। ସମ୍ପୃକ୍ତ ମହିଳା ଡ୍ରାଇଭର୍‌ଙ୍କ ଅବସ୍ଥା ଏବେ ଅତି ସାଂଘାତିକ। ତା’ପରେ ସେ ଗୋଟାଏ ରାସ୍ତା ଉପରକୁ ଯାଇ ଗୋଟିଏ ମେଟ୍ରୋ ବସ୍‌ ଏବଂ ପ୍ରିୟୁସ୍‌ କାର୍‌ ଉପରକୁ ଗୁଳି ଚଳାଇଥିଲେ। ବସ୍‌ ଚାଳକ ଗୁଳି ଚୋଟରେ ଆହତ ହୋଇଥିବା ବେଳେ ଅନ୍ୟ ଡ୍ରାଇଭର୍‌ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ବସ୍‌ରେ ଥିବା ୧୨ ଜଣ ଯାତ୍ରୀ ଆହତ ହୋଇ ନାହାନ୍ତି। ଡ୍ରାଇଭର୍‌ ଗୁଳି ଚୋଟ ଖାଇ ସୁଦ୍ଧା ବସ୍‌କୁ ବୁଲାଇ ଉତ୍ତର ଦିଗକୁ ନେଇ ଯାଇଥିଲେ।

ପୁଲିସ ପହଞ୍ଚିବା ପରେ ଅଭିଯୁକ୍ତ ପ୍ରିୟୁସ୍‌ କାର୍‌ଟିକୁ ଅପହରଣ କରି ଘଟଣାସ୍ଥଳରୁ ପଳାଇ ଯିବାକୁ ଉଦ୍ୟମ କରିବା ବେଳେ ଅନ୍ୟ ଏକ ଗାଡ଼ି ସହ ଧକ୍କା ଖାଇବାରୁ ସେ ଡ୍ରାଇଭର୍‌ଙ୍କର ମୃତ୍ୟୁ ଘଟିଥିଲା।

କିଛି ସମୟ ଛକାପଞ୍ଝା ଚାଲିବା ପରେ ପୁଲିସ ସମ୍ପୃକ୍ତ ବନ୍ଧୁକଧାରୀଙ୍କୁ କାବୁ କରି ହାଜତକୁ ନେଇ ଯାଇଥିଲା। ତାଙ୍କ ଦେହରେ ସାମାନ୍ୟ ଆଘାତ ଲାଗିଥିବାରୁ ତାଙ୍କୁ ହାର୍‌ବର୍‌ଭିଉ ମେଡିକାଲ୍‌ ସେଣ୍ଟର୍‌କୁ ନିଆ ଯାଇ ପୁଲିସ ହେପାଜାତରେ ଚିକିତ୍ସା କରାଯାଉଛି।

ସମ୍ବନ୍ଧିତ ଖବର