ମୋହାଲି: ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ଯ୍ୟନ୍ତ ୨ଜଣକ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଏହା ସହ ଅନେକ ଆହତ ହୋଇଥିବା ଅଧିକାରୀମାନେ କହିଛନ୍ତି। ଏପର୍ଯ୍ୟନ୍ତ ଆହତଙ୍କ ସଂଖ୍ୟା ସାମ୍ନାକୁ ଆସିନାହିଁ।
ସୂଚନା ମୁତାବକ, ସହରର ଫେଜ୍ ୯ରେ ଅବସ୍ଥିତ କାରଖାନାରେ ଏହି ବିସ୍ଫୋରଣ ଘଟିଛି। ସୂଚନା ପାଇବା ମାତ୍ରେ ଡାକ୍ତରୀ ଦଳ, ପୁଲିସ ଏବଂ ଜିଲ୍ଲା ପ୍ରଶାସନର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
"ଏହି ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ, ତିନି ଜଣ ଆହତଙ୍କୁ ଚିକିତ୍ସା ପାଇଁ ଫେଜ୍ ୬ର ସିଭିଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି" ବୋଲି ଅଧିକାରୀମାନେ କହିଛନ୍ତି। ଆହତ ଓ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରୁଛନ୍ତି ଅଧିକାରୀ।
ତେବେ ବିସ୍ଫୋରଣ କେମିତି ହେଲା ଏବଂ ବିସ୍ଫୋରଣ ସମୟରେ ଭିତରେ କେତେ ଜଣ ଥିଲେ ତାହା ସାମ୍ନାକୁ ଆସିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/08/06/t-2025-08-06-11-37-38.jpg)