ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦରେ ଆଜି ଏକ ଦୁଃଖଦାୟକ ଘଟଣା ଘଟିଯାଇଛି | ଗାଜିଆବାଦର ଲୋନୀ ଥାନା ରୂପନଗର ଅଂଚଳର ଏକ ନିର୍ମାଣାଧୀନ କାରଖାନା ଭୁଶୁଡି ପଡିବାରୁ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି | ସେହିପରି ଏବେ ବି ଧ୍ୱଂସାବଶେଷ ତଳେ କିଛି ଶ୍ରମିକ ଚାପି ହୋଇ ରହିଥିବାରୁ ଆହତଙ୍କ ସଂଖ୍ୟା ବଢିପାରେ ବୋଲି ପୁଲିସ କହିଛି | ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଶ୍ରମିକଙ୍କୁ ବାହାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ କିଛି ଶ୍ରମିକ ଫସିରହିଥିବାରୁ ଏନଡିଆରଏଫ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ଘଟଣା ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଘଟିଛି।
ମଦନପାଲ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କର ଏହି କାରଖାନା ନିର୍ମାଣ ହେଉଥିବାବେଳେ ଆଜି କିଛି ଶ୍ରମିକ ଏଠାରେ କାର୍ଯ୍ୟ କରୁଥିଲେ | ତେବେ ଏହି ନିର୍ମାଣାଧୀନ କୋଠାର ଛାତ ହଠାତ ଭୁଶୁଡି ପଡିଥିଲା | ଏବାବଦରେ ପୁଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିବା ପରେ ତୁରନ୍ତ ଏନଡିଆରଏଫ ଏବଂ ମେଡିକାଲ ଟିମକୁ ଡକାଯାଇଥିଲା । ୬ ଜଣ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ୨ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି | ଏହା ବ୍ୟତୀତ ଯେଉଁମାନେ ଭିତରେ ଫସି ରହିଛନ୍ତି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଚାଲିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/xaa.jpg)