ଆସନ୍ତାକାଲି ଅଯୋଧ୍ୟାକୁ ପଶିବେ ୨ ଲକ୍ଷ ଲୋକ- ଭିଏଚ୍‌ପି ଓ ଆର୍‌ଏସ୍‌ଏସ୍‌ର ଦାବି

ଅଯୋଧ୍ୟା: ରବିବାର, ନଭେମ୍ବର ୨୫ ତାରିଖ ଦିନ ଅଯୋଧ୍ୟାରେ ଆୟୋଜନ କରାଯାଉଥିବା ବିଶ୍ୱ ହିନ୍ଦୁ ପରିଷଦ୍‌ର ଧର୍ମସଭାରେ ୧ ଲକ୍ଷ ଆର୍‌ଏସ୍‌ଏସ୍‌ କର୍ମୀ ଓ ୧ ଲକ୍ଷ ଭିଏଚ୍‌ପି କର୍ମୀ ସମବେତ ହେବେ ବୋଲି ଦୁଇ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। ଏହାଛଡ଼ା ବହୁ ସଂଖ୍ୟକ ସାଧୁ ସନ୍ଥ ମଧ୍ୟ ସହର ମଧ୍ୟକୁ ପ୍ରବେଶ କରିବେ।

ଭିଏଚ୍‌ପି ଆୟୋଜକମାନେ କହିଛନ୍ତି ଯେ ରବିବାର ଅନୁଷ୍ଠାନ ପାଇଁ ସେମାନେ ୩ ଲକ୍ଷ ଖାଦ୍ୟ ପୁଡ଼ିଆ ବ୍ୟବସ୍ଥା କରିଛନ୍ତି।

ଶିବସେନା ‘ପ୍ରଥମେ ରାମ ମନ୍ଦିର ପରେ ସରକାର’ ସ୍ଲୋଗାନ୍‌ ଦେଉଥିବା ବେଳେ ଭିଏଚ୍‌ପି ସ୍ଲୋଗାନ୍‌ ଦେଉଛି :‘ମନ୍ଦିର ସେଇଠି ନିର୍ମାଣ ହେବ ଯଦି ମନ୍ଦିର ଜଲ୍‌ଦି ତିଆରି ହେବ।

ସଂଖ୍ୟାଲଘୁ ସମ୍ପ୍ରଦାୟ ଅସୁରକ୍ଷିତ ମଣୁଥିବାରୁ ସହରରେ ୧୪୪ ଧାରା ଜାରି ରହିଛି। ଶୁକ୍ରବାର ଦିନ ସହରର ମୁସଲମାନ ବହୁଳ ଅଞ୍ଚଳରେ ପୁଲିସ ପଇଁତରା ମାରି ସେମାନଙ୍କୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଛି।

ସେମାନେ ନିଜ ନିଜର ସମର୍ଥକମାନଙ୍କ ଦାୟିତ୍ୱ ନେବେ ବୋଲି ଉଭୟ ସଂଗଠନ ପକ୍ଷରୁ କୁହାଯାଇଛି। ଜଣେ ବରିଷ୍ଠ ଆର୍‌ଏସ୍‌ଏସ୍‌ କର୍ମୀ କହିଛନ୍ତି କି, ଏଇଟା ଅଯୋଧ୍ୟାରେ ଶେଷ ଧର୍ମସଭା। ଏହା ପରେ ଆଉ ଧର୍ମସଭା ହେବ ନାହିଁ। ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ।

ଜଣେ ବରିଷ୍ଠ ଆର୍‌ଏସ୍‌ଏସ୍‌ ପ୍ରଚାରକ ବାରାଣସୀରେ କହିଛନ୍ତି: ପ୍ରାୟ ୧, ୩୩୨୨ଖଣ୍ଡ ବସ୍‌, ୧, ୫୪୬ ଚାରିଚକିଆରେ ୮୦, ୦୦୦ କର୍ମୀ ଆସିବେ। ଏହାଛଡ଼ା ମୋଟର୍‌ ସାଇକେଲ୍‌ ୧୪, ୦୦୦ ଏବଂ ୧୫, ୦୦୦ କର୍ମୀ ଟ୍ରେନ୍‌ରେ ଆସି ଅଯୋଧ୍ୟାରେ ପହଞ୍ଚିବେ।

ଶିବସେନା କହିଛି କି, ୩, ୦୦୦- ୪, ୦୦୦ ସୈନିକ ଥାଣେରୁ ୫ଟି ସ୍ୱତନ୍ତ୍ର ରେଳରେ ଅଯୋଧ୍ୟା ଆସିବେ। ଶିବସେନାର ୨୨ ଜଣ ସାଂସଦ ଏବଂ ୬୨ ଜଣ ବିଧାୟକ, ଉଦ୍ଧବ ଥାକ୍‌ରେ ଏବଂ ତାଙ୍କ ଦୁଇ ପୁଅ ମଧ୍ୟ ଅଯୋଧ୍ୟାରେ ପହଞ୍ଚିବେ।

ସମ୍ବନ୍ଧିତ ଖବର