ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଶିବସେନା ଗୋଷ୍ଠୀ ବୁଧବାର ସ୍ବୀକାର କରିଛନ୍ତି ଯେ ଅଧିକ ଲୋକ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦଶହରା ରୢାଲିରେ ଯୋଗ ଦେଇଛନ୍ତି। କିନ୍ତୁ ୫୦ ପ୍ରତିଶତରୁ ଅଧିକ ଲୋକ ସିନ୍ଦେ ଭାଷଣ ଆରମ୍ଭ କରିବାମାତ୍ରେ ସ୍ଥାନ ଛାଡ଼ି ଦେଇଥିବା ଠାକ୍ରେଙ୍କ ନେତୃତ୍ବାଧୀନ ସେନା ଗୋଷ୍ଠୀ ଦାବି କରିଛି। ଠାକ୍ରେଙ୍କ ରୢାଲିରେ ପ୍ରାୟ ୧ ଲକ୍ଷ ଏବଂ ସିନ୍ଦେଙ୍କ ରୢାଲିରେ ପ୍ରାୟ ୨ ଲକ୍ଷ ଲୋକଙ୍କ ସମାଗମ ହୋଇଥିବା ପୁଲିସ ଆକଳନ କରିଛି। ନିକଟ ଅତୀତରେ ଏହା ସବୁଠୁ ବଡ଼ ରୢାଲି ବୋଲି ଠାକ୍ରେ ଗୋଷ୍ଠୀ କହିଛି। ସିନ୍ଦେ ଗୋଷ୍ଠୀ ପାଇଁ ମଧ୍ୟ ଏହା ଏକ ବଡ଼ ସଫଳତା। ସିନ୍ଦେ ୨ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ଖାଇବା ବ୍ୟବସ୍ଥା କରିଥିଲେ।
ଦଶହରା ରୢାଲିରେ ସେନା ବନାମ ସେନା: ସିନ୍ଦେଙ୍କ ରୢାଲିରେ ୨ ଲକ୍ଷ, ଠାକ୍ରେଙ୍କ ରୢାଲିରେ ୧ ଲକ୍ଷ ଲୋକଙ୍କ ସମାଗମ
/sambad/media/post_attachments/wp-content/uploads/2022/10/654sh54fsh65fhs4f65hs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)