୧୪ ଦିନିଆ କ୍ଵାରେଣ୍ଟିନ ଡର, ରେଜିଷ୍ଟର ସତ୍ତ୍ୱେ ଆସିଲେନି ୨ଲକ୍ଷ ଲୋକ

ରାଞ୍ଚି: ପ୍ରବାସୀଙ୍କୁ ଘାରିଲା ୧୪ ଦିନିଆ କ୍ଵାରେଣ୍ଟିନ ଡର, ଯେଉଁଥିପାଇଁ ପଞ୍ଜୀକରଣ କରିବା ସତ୍ତ୍ୱେ ଆସିଲେ ନାହିଁ ୨ ଲକ୍ଷ ଲୋକ | ଝାଡ଼ଖଣ୍ଡରେ କିଛି ଏଭଳି ଘଟଣା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ଅନ୍ୟ ରାଜ୍ୟରୁ ନିଜ ରାଜ୍ୟକୁ ବସ ମାଧ୍ୟମରେ ଆସିବାକୁ ଯେଉଁମାନେ ପଞ୍ଜୀକରଣ କରିଛନ୍ତି ସେମାନଙ୍କ ତୁଳନାରେ କେବଳ ୧୧.୫୬ ପ୍ରତିଶତ ଲୋକ ଝାଡ଼ଖଣ୍ଡକୁ ଆସୁଛନ୍ତି। ଜୁଲାଇ ୨୦ ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଆସିବାକୁ ଥିବା ଲୋକଙ୍କ ପାଇଁ ୧୪ ଦିନିଆ କ୍ଵାରେଣ୍ଟିନରେ ରହିବାକୁ ପଡିବ ବୋଲି ନିୟମକୁ କଡାକଡି କରାଯାଇଛି | ଏହି କାରଣରୁ, ଯଦିଓ ଲୋକମାନେ ପଞ୍ଜୀକରଣ କରିସାରିଛନ୍ତି, ସେମାନେ ଆସି ନାହାଁନ୍ତି |

ଗତ ୧୫ ଦିନ ମଧ୍ୟରେ ରେଜିଷ୍ଟର କରିଥିବା ଲୋକଙ୍କ ସଂଖ୍ୟା ୨,୨୪,୮୨୫ ରେ ପହଞ୍ଚିଥିବାବେଳେ ମାତ୍ର ୬୩୯୧୭ ଜଣ ଲୋକ ଝାଡ଼ଖଣ୍ଡରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରୁ ୪୦ ହଜାରରୁ ଅଧିକ ଲୋକ ବିମାନ କିମ୍ବା ରେଳ ମାଧ୍ୟମରେ ଝାଡ଼ଖଣ୍ଡକୁ ଫେରିଛନ୍ତି। ତେବେ ବିମାନ ଓ ଟ୍ରେନରେ ଯାତ୍ରା କରିବାକୁ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଥିବାବେଳେ ରାଜ୍ୟରେ ପହଂଚିବା ପରେ ସେମାନଙ୍କୁ ହୋମ କ୍ଵାରେଣ୍ଟିନରେ ପଠାଯାଇଛି |

ସେହିପରି ଜୁଲାଇ ୨୦ ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ୨୧୦୫୩୩ ଲୋକ ରାସ୍ତାରେ ଆସିବାକୁ ପଞ୍ଜୀକୃତ ହୋଇଥିଲେ ମଧ୍ୟ ଝାଡ଼ଖଣ୍ଡରେ ୨୪୩୪୬ ଜଣ ଲୋକ (୧୧.୫୬ ପ୍ରତିଶତ) ରାଜ୍ୟରେ ପହଂଚିଛନ୍ତି । ଏହାକୁ ନେଇ ପରିବହନ ବିଭାଗ ପକ୍ଷରୁ ରେଜିଷ୍ଟର କରିଥିବା ଲୋକଙ୍କୁ ଯୋଗାଯୋଗ କରାଯାଇଥିବାବେଳେ କଡା କ୍ଵାରେଣ୍ଟିନ ନିୟମ ପାଇଁ ଆସିନଥିବା ଜଣାଇଛନ୍ତି ବୋଲି ପରିବହନ ବିଭାଗର ସଚିବ କେ ରବି କୁମାର କହିଛନ୍ତି ।

ସମ୍ବନ୍ଧିତ ଖବର