ସୁରକ୍ଷା ବାହିନୀ ଗୁଳିରେ ଦୁଇ ଲସ୍କର ଆତଙ୍କବାଦୀ ନିପାତ

ଶ୍ରୀନଗର : କଶ୍ମୀର ଘାଟିରେ ଆଜି ସୁରକ୍ଷାବଳ ଗୁଳିରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି ।  ଦକ୍ଷିଣ କଶ୍ମୀରର ବାସିନ୍ଦା କୁହାଯାଉଥିବା ଏହି ଦୁଇ ଆତଙ୍କବାଦୀଙ୍କ ନାଁ ହେଉଛି ଅଖଲାକ ଅହମ୍ମଦ ହଜମ ଓ ଆଦିଲ ନିସାର ଦର । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ହଜାମ ନିକଟରେ ଅନନ୍ତନାଗରେ ହୋଇଥିବା ହେଡ କନେଷ୍ଟବଳ ଅଲି ମହମ୍ମଦ ଗନିଙ୍କ ହତ୍ୟାରେ ସଂପୃକ୍ତ ଥିବା ଜଣାପଡ଼ିଛି । ଏଣୁ ମାତ୍ର ଏକ ସପ୍ତାହ ମଧ୍ୟରେ ସୁରକ୍ଷା ବାହିନୀ ଅଲି ମହମ୍ମଦ ଗନିଙ୍କ ହତ୍ୟାର ପ୍ରତିଶୋଧ ନେଇଛି ।

ଆଜି ଶ୍ରୀନଗରର ରନପୁରା ଜାକୁରା ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ଶ୍ରୀନଗର ପୁଲିସ ପକ୍ଷରୁ ସେନା ସହଯୋଗରେ ଏକ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଆତଙ୍କବାଦୀ ଲୁଚିଥିବା ଘରକୁ ସୁରକ୍ଷାବାହିନୀ ପକ୍ଷରୁ ଘେରାଉ କରାଯିବା ପରେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳି ଚାଳନା ଆରମ୍ଭ ହୋଇଥିଲା । ସୁରକ୍ଷା ବାହିନୀ ପକ୍ଷରୁ ତୁରନ୍ତ ତାହାର ଜବାବ ଦିଆଯାଇଥିଲା । ଏହି ଏନକାଉଣ୍ଟରରେ ସେଠାରେ ଲୁଚିଥିବା ଦୁଇ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ଗତ ଜାନୁଆରି ୨୯ ତାରିଖରେ ଗନିଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ ।

ସମ୍ବନ୍ଧିତ ଖବର