ଜମ୍ମୁ କଶ୍ମୀର: ଏନ୍‌କାଉଣ୍ଟରରେ ‘ଜୈଶ-ଏ-ମହମ୍ମଦ’ର ୩ ଆତଙ୍କବାଦୀ ନିହତ, ୮ ସୁରକ୍ଷାକର୍ମୀ ଆହତ

ଶ୍ରୀନଗର: ଜମ୍ମୁ କଶ୍ମୀରର ରିଆସି ଜିଲ୍ଲାରେ ଗୁରୁବାର ଆତଙ୍କବାଦୀ ସଂଗଠନ ‘ଜୈଶ-ଏ-ମହମ୍ମଦ’ର ୩ ଜଣ ସଦସ୍ୟଙ୍କୁ ସୁରକ୍ଷାବାହିନୀର ଯବାନମାନେ ଏନ୍‌କାଉଣ୍ଟରରେ ନିହତ କରିଛନ୍ତି। ପୁଲିସ କହିଛି, ଆତଙ୍କବାଦୀଙ୍କ ଗୁଳିରେ ଜଣେ ଡିଏସପିଙ୍କ ସମେତ ୮ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ସିଆରପିଏଫ, ପୋଲିସ ଓ ଯବାନଙ୍କ ଦ୍ୱାରା ମିଳିତ କର୍ଡନ ଓ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା। କକରିଆଲ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା। ସୁରକ୍ଷାକର୍ମୀମାନେ ଅପରେସନ ସମୟରେ ଡ୍ରୋନ୍‌ ମଧ୍ୟ ବ୍ୟବହାର କରିଥିଲେ ବୋଲି ଜଣାପଡ଼ିଛି। ଏନ୍‌କାଉଣ୍ଟରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଡିଏସ୍‌ପି ମୋହନ ଲାଲଙ୍କ ସମେତ ୮ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଅପରେସନରେ ୫ ଜଣ ସିଆରପିଏଫ ଯବାନ ଓ ଜମ୍ମୁ କଶ୍ମୀର ପୁଲିସର ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନଙ୍କୁ କଟାରାସ୍ଥିତ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର