ଶ୍ରୀନଗର ଏନକାଉଣ୍ଟର: ୨ଆତଙ୍କବାଦୀ ନିହତ
ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗରେ ଥିବା ରାମବାଗ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାମବାଗ ଅଞ୍ଚଳରେ ୨-୩ଜଣ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ପୁଲିସ ଏବଂ ସିଆରପିଏଫ ଯବାନ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଖସି ପଳାଇବାର ସମସ୍ତ ବାଟ ବନ୍ଦ କରିଦିଆଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଚାରିଆଡ଼ୁ ପୁଲିସ ଓ ସିଆରପିଏଫ ଯବାନମାନେ ଆତଙ୍କବାଦୀଙ୍କୁ ଘେରିଯିବା ପରେ ଖସିଯିବା ପାଇଁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଏହା ପରେ ଜବାବ ଦେବା ପାଇଁ ପୁଲିସ ଓ ସିଆରପିଏଫ ଯବାନମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। କିଛି ସମୟ ଧରି ଗୁଳି ବିନିମୟ ଜାରି ରହିବା ପରେ ପୁଲିସ ଓ ସିଆରପିଏଫ ଯବାନମାନେ ୨ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇଛନ୍ତି।
#Update 2 terrorists killed during an encounter in the Rambagh area of Srinagar. The search is underway. Further details awaited: Jammu & Kashmir Police https://t.co/OpAuNs3H5O
— ANI (@ANI) October 12, 2020
ଚଳିତ ବର୍ଷ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୧୮୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଜଣାଯାଇଛି।