ଜମ୍ମୁ ରାଜପଥରେ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇଲେ ଦୁଇ ଆତଙ୍କବାଦୀ

ଜମ୍ମୁ: ଶନିବାର ସକାଳେ ରମ୍ବନ ଜିଲ୍ଲା ମଧ୍ୟ ଦେଇ ପଡ଼ିଥିବା ବାତୋତେ-ଦୋଦା ରାଜପଥରେ ଦୁଇ ଜଣ ସନ୍ଧିଗ୍ଧ ଆତଙ୍କବାଦୀ ନିରାପତ୍ତା ବଳଙ୍କ ଉପରେ ଗୁଳି ଚଳାଇଛନ୍ତି।

ବାତୋତ ଠାରେ ୨୪୪ ନମ୍ବର ଜାତୀୟ ରାଜପଥ ଉପରେ ଦୁଇ ଜଣ ସନ୍ଦିଗ୍ଧ ଲୋକ ଗୋଟାଏ ବେସାମରିକ ଗାଡ଼ି ଅଟକାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ, ଡ୍ରାଇଭର ସତର୍କ ଥିବାରୁ ଗାଡ଼ି ଅଟକାଇଲା ନାହିଁ।

Image Source: Zee News

ପ୍ରତିରକ୍ଷା ମୁଖପାତ୍ର ଲେଫ୍‌ଟ୍‌ନାଣ୍ଟ୍‌ କର୍ଣ୍ଣେଲ୍‌ ଦେବେନ୍ଦର ଆନନ୍ଦ କହିଛନ୍ତି: ପୂର୍ବାହ୍ନ ପ୍ରାୟ ୭: ୩୦ ସମୟରେ ଦୁଇ ଜଣ ସନ୍ଦିଗ୍ଧ ଲୋକ ଜାତୀୟ ରାଜପଥ ନମ୍ବର ୨୪୪। ଗାଡ଼ିର ଚାଳକ ସତର୍କ ଥିବାରୁ ଗାଡ଼ି ନ ଅଟକାଇ ନିକଟବର୍ତ୍ତୀ ସେନା ପୋଷ୍ଟ୍‍କୁ ଯାଇ ଖବର ଦେଇଥିଲେ।

ଏହାପରେ ସନ୍ଦିଗ୍ଧ ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ଏଥିରେ କେହି ମୃତାହତ ହୋଇ ନ ଥିବା ପ୍ରକାଶ। ସମ୍ପୃକ୍ତ ଅଞ୍ଚଳରେ ନିରାପତ୍ତା ବଳ ତଲାସ ଅଭିଯାନ ଚଳାଇଛନ୍ତି।

ସମ୍ବନ୍ଧିତ ଖବର