ପୀଡ଼ିତାଙ୍କ ଗାଁରେ ବିକ୍ଷୋଭ, ଗସ୍ତ ବେଳେ ୨ ମନ୍ତ୍ରୀ ହଟହଟା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲା ଅଧୀନସ୍ଥ ପୀଡ଼ିତାଙ୍କ ଗ୍ରାମରେ ଆଜି ବିକ୍ଷୋଭ ଓ ଆନ୍ଦୋଳନ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଦୁଇଜଣ ମନ୍ତ୍ରୀ ଆଜି ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବାପାଇଁ ତାଙ୍କ ଗାଁରେ ପହଞ୍ଚିବା ‌ବେଳେ ସେମାନଙ୍କୁ ଜୋରଦାର ବିରୋଧ କରାଯାଇଥିଲା। ଏନ୍‌ଏସୟୁଆଇ (ନ୍ୟାସନାଲ୍‌ ଷ୍ଟୁଡେଣ୍ଟ୍‌ସ ଅଫ୍‌ ୟୁନିଅନ) ସଦସ୍ୟମାନେ ଉତ୍ତରପ୍ରଦେଶ ମନ୍ତ୍ରୀ କମଲ ରବି ବରୁଣ, ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏବଂ ସାଂସଦ ସାକ୍ଷୀ ମହାରାଜଙ୍କୁ ପ୍ରବଳ ବିରୋଧ କରିଥିଲେ। ଏନ୍‌ଏସୟୁଆଇ ସଦସ୍ୟଙ୍କ ସହିତ ସ୍ଥାନୀୟ ଗ୍ରାମବାସୀମାନେ ମଧ୍ୟ ଦୁଇ ମନ୍ତ୍ରୀଙ୍କୁ ପ୍ରବଳ ବିରୋଧ କରିଥିଲେ। ମନ୍ତ୍ରୀମା‌ନେ ପୀଡ଼ିତାଙ୍କ ବାସଭବନକୁ ଯିବା ବା‌ଟରେ ସେମାନେ ପ୍ରତିବନ୍ଧକ ସୃଷ୍ଟି କରିଥିଲେ। ତେବେ ପୁଲିସ ଉତ୍ୟକ୍ତ ଜନତାଙ୍କୁ ମନ୍ତ୍ରୀଙ୍କ କାର୍‌ ନିକଟରୁ ଘଉଡ଼ାଇବା ପରେ ଦୁଇ ଜଣ ମନ୍ତ୍ରୀ ପୀଡ଼ିତାଙ୍କ ପରିବାରରେ ପହଞ୍ଚିଥିଲେ। ମନ୍ତ୍ରୀ ମୌର୍ଯ୍ୟ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବାପରେ କହିଛନ୍ତି, କୌଣସି ଦୋଷୀ ବି ଛାଡ଼ ପାଇବେ ନାହଁ। ପୀଡ଼ିତାଙ୍କ ପରିବାର ଯେମିତି ତଦନ୍ତ ଚାହିବେ ସେମିତି ତଦନ୍ତ ହେବ। ପୀଡ଼ିତା ଯେଉଁ ଦୋଷୀଙ୍କ ନାମ ନେଇଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର