ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳର ୨ଜଣ ମନ୍ତ୍ରୀ ଅସନ୍ତୁଷ୍ଟ ଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁସାରେ, ଅସନ୍ତୁଷ୍ଟ ଉତ୍ତର ପ୍ରଦେଶ ରାଜ୍ୟ ଜଳଶକ୍ତି ବିଭାଗ ମନ୍ତ୍ରୀ ଦିନେଶ ଖଟୀକ ଇସ୍ତଫା ଦେବେ ବୋଲି କଳ୍ପନାଜଳ୍ପନା ଚାଲିଛି। କିନ୍ତୁ, ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍ ଏକଥାକୁ ଅଗ୍ରାହ୍ୟ କରିଛି। ତାଙ୍କର ବିଭାଗ ବଦଳ ଏବଂ ହସ୍ତୀନାପୁରର ତାଙ୍କ ସମର୍ଥକମାନଙ୍କ ନାଁ’ରେ ‘ଏଫ୍ଆଇଆର୍’ ଦିଆଯାଇଥିବା ଘଟଣା ଯୋଗୁଁ ଅସନ୍ତୁଷ୍ଟ ଅଛନ୍ତି। ସ୍ବତନ୍ତ୍ର ଦେବ ସିଂହଙ୍କୁ ସମ୍ପ୍ରତି ଜଳଶକ୍ତି ବିଭାଗ ଦାୟିତ୍ବ ଦିଆଯାଇଛି। ତେଣୁ, ଖଟୀକ ସରକାରୀ ବାସଭବନ ଏବଂ ଗାଡ଼ି ଛାଡ଼ି ହସ୍ତୀନାପୁରରେ ଥିବା ତାଙ୍କ ନିଜସ୍ବ ବାସଭବନକୁ ଚାଲିଯାଇଛନ୍ତି।
ସେହିପରି, ଏବଂ ‘ପି.ଡବ୍ଲୁ.ଡି.’ ମନ୍ତ୍ରୀ ଜିତିନ୍ ପ୍ରସାଦ ତାଙ୍କ ‘ସଏସ୍ଡି’ ଅନୀଲ କୁମାର ପାଣ୍ଡେଙ୍କ (ଅଫିସର୍ ଅନ୍ ସ୍ପେସାଲ୍ ଡିୟୁଟି) ବଦଳି ଯୋଗୁଁ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଅନୀଲ୍ଙ୍କୁ ରାଜ୍ୟ ସରକାର କେନ୍ଦ୍ରକୁ ପଠାଇଛନ୍ତି।
/sambad/media/post_attachments/wp-content/uploads/2022/07/jpas.jpg)
ପ୍ରାପ୍ତ ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଉକ୍ତ ୨ ମନ୍ତ୍ରୀଙ୍କ ମୋବାଇଲ୍ ବନ୍ଦ ଥିଲା।
ସୂଚନାଯୋଗ୍ୟ, ଅର୍ଥ ବିନିମୟରେ ଇଞ୍ଜିନିୟର୍ମାନଙ୍କ ବଦଳି ମଞ୍ଜୁର ହୋଇଥିବା କଥା ୩ଜଣ ସଦସ୍ୟବିଶିଷ୍ଟ ତଦନ୍ତକାରୀ କମିଟି ରିପୋର୍ଟ ଦେବା ପରେ ଚଳିତ ମାସ ପ୍ରାରମ୍ଭରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ‘ପିଡବ୍ଲୁଡି’ ବିଭାଗ ଉପରେ ଚଢ଼ାଉ କରିଥିଲା। ଉକ୍ତ ରିପୋର୍ଟରେ ମନ୍ତ୍ରୀ ଜିତିନ୍ ପ୍ରସାଦଙ୍କ ନାଁ ରହିଛି।
ଉକ୍ତ ତଦନ୍ତ ସଂକ୍ରାନ୍ତରେ ଆଲୋଚନା କରିବା ଲାଗି ଆଜି ସେ ଦିଲ୍ଲୀ ଯାଇ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିପାରନ୍ତି। ମଙ୍ଗଳବାର ଦିନ ଯୋଗୀଙ୍କ କ୍ୟାବିନେଟ୍ ବୈଠକରେ ଜିତିନ୍ ପ୍ରସାଦ ଉପସ୍ଥିତ ଥିଲେ ବି ଗଣମାଧ୍ୟମ ସମ୍ମୁଖକୁ ଆସି ନ ଥିଲେ।