ନୂଆଦିଲ୍ଲୀ: ନେତାଜୀ ସୁଭାଷ ବୋଷଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ପରେ ଶହୀଦଙ୍କ ସମ୍ମାନାର୍ଥେ କେନ୍ଦ୍ର ସରକାର ନିକଟରେ ଆଉ ଏକ ନିଷ୍ପତ୍ତି ନେଇଛନ୍ତି। ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ତାରିଖ ୩୦ ଜାନୁଆରୀକୁ ପ୍ରତିବର୍ଷ ଶହୀଦ ଦିବସ ଭାବରେ ପାଳନ କରାଯାଏ | ଆଉ ନୂଆ ନିଷ୍ପତ୍ତି ଅନୁଯାୟୀ ଶହୀଦ ଦିବସରେ ଦେଶର ସ୍ୱାଧୀନତା ଲାଗି ବଳିଦାନ ଦେଇଥିବା ବ୍ୟକ୍ତିଙ୍କ ସ୍ମୃତିରେ କେନ୍ଦ୍ର ସରକାର ଦୁଇ ମିନିଟର ନିରବତା ପାଳନ କରିବାକୁ କହିଛନ୍ତି | ଶହୀଦ ଦିବସ ପାଳନ ଲାଗି କେନ୍ଦ୍ର ସରକାର ଏଥର ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଯେଉଁମାନେ ଏହି ଦିନ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିଲେ, ଦୁଇ ମିନିଟ୍ ନିରବ ରହି ସେମାନଙ୍କୁ ସ୍ମରଣ କରାଯିବ |
/sambad/media/post_attachments/wp-content/uploads/2021/01/EsJujQHVgAA7gxN.png)
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ମଧ୍ୟ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହି ନୂତନ କ୍ରମରେ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଶହୀଦଙ୍କୁ ମନେ ରଖିବାକୁ ଦୁଇ ମିନିଟର ନିରବତା ଅବଲମ୍ବନ କରିବାକୁ କୁହାଯାଇଛି। ଏହି ଅବଧି ମଧ୍ୟରେ, ସମସ୍ତ କାର୍ଯ୍ୟ ବନ୍ଦ ରହିବ ଏବଂ ଯାତାୟତ ଉପରେ ନିଷେଧାଦେଶ ରହିବ | ଯିଏ ଯେଉଁଠାରେ ଥିବେ ଦୁଇ ମିନିଟ୍ ଲାଗି ଅଟକି ନିରବତା ଅବଲମ୍ବନ କରିବେ।
ନିର୍ଦ୍ଦେଶ ଅନୁଯାୟୀ, ଜାନୁଆରୀ ୩୦ ସକାଳ ୧୧ ଟାରୁ ଦୁଇ ମିନିଟର ନୀରବତା ଅବଲମ୍ବନ କରାଯିବ | ଏହା ସହିତ, ସେହି ଦୁଇ ମିନିଟ୍ ପାଇଁ ସମଗ୍ର ଦେଶ ବନ୍ଦ ହୋଇଯିବ | ଯେଉଁଠାରେ ସାଇରନ ବ୍ୟବସ୍ଥା ଅଛି ସମସ୍ତଙ୍କୁ ସାଇରନ୍ ବଜାଇ ୧୦.୫୯ରେ ସତର୍କ କରାଯିବ | କେତେକ ସ୍ଥାନରେ ସେନା ବନ୍ଧୁକରୁ ଗୁଳି ଫୁଟାଇ ବାର୍ତ୍ତା ଦିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/market-closed.jpg)