ୱାଶିଂଟନ: ଆଫଗାନିସ୍ତାନରେ ଆମେରିକାର ୨ ଟି ମିସାଇଲ୍ ମାଡ଼ରେ ଅଲକାଏଦା ନେତା ଆୟମାନ ଅଲ ଜୱାହିରି ନିହତ ହୋଇଛି। ଆମେରିକାରେ ଥିବା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ଅଧିକାରୀମାନେ ସୋମବାର ଏ ସଂକ୍ରାନ୍ତରେ ଗଣମାଧ୍ୟମ ସଂସ୍ଥା ରଏଟରକୁ କହିଛନ୍ତି। ତେବେ ପ୍ରଶ୍ନ ହେଉଛି ଆୟମାନ ଅଲ ଜୱାହିରିକୁ ମାରିବା ପାଇଁ ଦୁଇଟି ମିସାଇଲ୍ ବ୍ୟବହାର କରିବା ପରେ ବି ବିସ୍ଫୋରଣର କିଛି ଚିହ୍ନ ରହିଲା ନାହିଁ କିପରି? ଆମେରିକା ଏପରି କେଉଁ ଗୁପ୍ତ ଅସ୍ତ୍ର ପ୍ରୟୋଗ କରିଛି କି? ସବୁଠାରୁ ବଡ଼ କଥା ହେଉଛି ବିସ୍ଫୋରଣରେ କେବଳ ଜୱାହିରି ହିଁ ନିହତ ହୋଇଛି। କାରଣ ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି ଯେ ଆଉ କେହି ବି ହେଲେ କ୍ଷତିଗ୍ରସ୍ତ ହୋଇନାହାନ୍ତି।
କୁହାଯାଉଛି ଯେ ଆମେରିକା ମାକାବ୍ରେ ହେଲ୍ଫାୟାର୍ ଆର୍୯ଏକ୍ସ ପ୍ରୟୋଗ କରିଥାଇପାରେ। ଯେଉଁଥିରେ କି ୬ଟି ରେଜର୍ ପରି ବ୍ଲେଡ୍ ରହିଥାଏ। ଏହି ବ୍ଲେଡ୍ ଥିବା ହେତୁ କାହାକୁ ନିହତ କରିବାର ଟାର୍ଗେଟ ପୂରା କରାଯାଇପାରେ, ତାହା ପୁଣି ବିନା ବିସ୍ଫୋରଣରେ। ପୂର୍ବରୁ ୨୦୧୭ ମସିହାରେ ଏହି ଆର୍୯ଏକ୍ସକୁ ପ୍ରଥମେ ପ୍ରୟୋଗ କରାଯାଇଥିଲା। ସେ ସମୟରେ ଅଲକାଏଦାର ବରିଷ୍ଠ ନେତା ଅବୁ-ଅଲ୍-ଖୟାର୍ ଅଲ୍-ମସ୍ରି ସିରିୟାରେ ଏକ କାର୍ରେ ଯାତ୍ରା କରୁଥିବା ବେଳେ ତାଙ୍କୁ ଏଥିରେ ଆକ୍ରମଣ କରି ନିହତ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ପେଣ୍ଟାଗନ୍ କିମ୍ବା ସିଆଇଏ ପରି ଅସ୍ତ୍ର ସର୍ବସାଧାରଣ ସ୍ବୀକୃତିପ୍ରାପ୍ତ ନୁହେଁ।
ବିଶ୍ବରେ ଆତଙ୍କ ଖେଳାଇ ଆସିଥିବା ଅଲ କାଏଦା ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତା ଓସାମା ବିନ ଲାଦେନ ୨୦୧୧ରେ ଆମେରିକାର ଆକ୍ରମଣରେ ନିହତ ହେବା ପରେ ଅଲକାଏଦା ସଂଗଠନ ପାଇଁ ଏହା ଏକ ଝଟକା ଥିଲା। ସେହି ଦିନଠାରୁ ଆୟମାନ ଅଲ ଜୱାହିରି ଅଲକାଏଦା ସଂଗଠନକୁ ମଜବୁତ କରିବାରେ ଅଣ୍ଟା ଭିଡିଥିଲା। ଏହା ଜଣାପଡିବା ପରେ ଆମେରିକା ପକ୍ଷରୁ ତାକୁ ଖୋଜିବା ଆରମ୍ଭ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/7d5244c7-435a-47b4-9609-0728e8cfcfdb.jpg)