ଘରୁ ଟେକି ନେଇ ‌ଦେଢ଼ ମାସର ଶିଶୁକୁ ପାଣି ଡ୍ରମରେ ପିଙ୍ଗି ଦେଲା ମାଙ୍କଡ଼: ଘଟଣାସ୍ଥଳରେ ଉଡ଼ିଗଲା ପ୍ରାଣବାୟୁ

ନୂଆଦିଲ୍ଲୀ: ବାଗପତର ଚାନ୍ଦିନଗର ଅଞ୍ଚଳର ଗଢ଼ି କଲଞ୍ଜରି ଗ୍ରାମରେ ଏକ ମାଙ୍କଡ ଦେଢ଼ମାସର ଶିଶୁର ଜୀବନ ନେଇ ଯାଇଛି। ଗତ ଶନିବାର ରାତିରେ ମାଙ୍କଡ ଶିଶୁକୁ ଘରୁ ଝାମ୍ପି ନେଇ ଏକ ପାଣି ଭର୍ତ୍ତି ଡ୍ରମରେ ଫିଙ୍ଗି ଦେଇଥିଲା। ଶିଶୁର ଏଭଳି ଆକସ୍ମିକ ମୃତ୍ୟୁକୁ ନେଇ ପରିବାର ତଥା ଆଖପାଖ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି।

ଗଢ଼ି କଲଞ୍ଜରି ନିବାସୀ ପ୍ରିନ୍ସଙ୍କ ୪୫ଦିନର ଶିଶୁ ପୁତ୍ର କେଶବ ଓରଫ ଲଡୁକୁ ଏକ ମାସ ପୂର୍ବରୁ ମାଙ୍କଡ଼ ଉଠାଇ ନେଇଥିଲା। ପରିବାରଲୋକ ମାଙ୍କଡ଼କୁ ଗୋଡାଇବାରୁ ସେ ନିକଟସ୍ଥ ଜମିରେ ଶିଶୁକୁ ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ‌ସୌଭାଗ୍ୟବଶତଃ ଏହି ଘଟଣାରେ ଶୁୁଶୁର କୌଣସି କ୍ଷତି ହୋଇ ନଥିଲା।

Monkeys Chained, Abused for Coconut Milk | PETA

ଦୁଃଖର ବିଷୟ ଗତ ଶନିବାର ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ଏକ ମାଙ୍କଡ଼ ଆସି ଲଡୁକୁ ପୁଣିଥରେ ଉଠାଇ ଘର ନିକଟସ୍ଥ ଏକ ପାଣି  ଭର୍ତ୍ତି ଡ୍ରମରେ ପିଙ୍ଗି ଦେଇଥିଲା। ନିଦ ଭାଙ୍ଗିବା ପରେ ପରିବାରଲୋକ ଶିଶୁକୁ ବହୁ ଖୋଜାଖୋଜି କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଶିଶୁକୁ ଖୋଜାଖୋଜି କରିବା ପରେ ନିକଟସ୍ଥ ଏକ ପାଣି ଡ୍ରମରେ ଶିଶୁକୁ ପରିବାରଲୋକ ପାଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ପାଣି ଡ୍ରମକୁ ଶିଶୁ ପୁତ୍ରକୁ ଉଦ୍ଧାର କରି ଦିଲ୍ଲୀର ଏକ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ଡାକ୍ତରମାନେ ଶିଶୁଟିକୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର