ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଏକ ଅଭାବନୀୟ ଘଟଣା ଲୋକଲୋଚନକୁ ଆସିଛି। ଜଣେ ମହିଳା ତାଙ୍କ ମା’ ଓ ଭଉଣୀଙ୍କ ମୃତଦେହ ସହ ଦୀର୍ଘ ୨ ମାସ ବିତାଇଛନ୍ତି। ମା’ ଓ ଭଉଣୀଙ୍କ ମୃତ୍ୟୁପରେ ସେ କାହାକୁ କିଛି ନଜଣାଇ ସେମାନଙ୍କ ସହ ୨ ମାସ ରହିଆସିଥିଲେ। ତେବେ ତାଙ୍କ ଘରୁ ପଚା ଗନ୍ଧ ଆସିବାପରେ ପଡ଼ୋଶୀମାନେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଦେଖିଥିଲା ଯେ ଜଣେ ମହିଳା ଦୁଇଟି ମୃତଦେହ ପାଖରେ ଶୋଇଛନ୍ତି। ଉକ୍ତ ମହିଳାଙ୍କ ନାମ ହେଉଛି ଦୀପା। ଦୀପାଙ୍କ ମା’ ପୁଷ୍ପା ଶ୍ରୀବାସ୍ତବ ଏବଂ ଭଉଣୀ ବିଭା ଶ୍ରୀବାସ୍ତବଙ୍କର ଗତ ଦୁଇମାସ ହେବ ମୃତ୍ୟୁ ହୋଇଛି ବୋଲି ପୁଲିସ ଅନୁମାନ କରୁଛି।
ଉକ୍ତ ମହିଳାଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ତାଙ୍କୁ ଚିକିତ୍ସା ଉପଲବ୍ଧ କରାଇବା ଏବଂ କୌଣସି ଆଶ୍ରୟସ୍ଥଳ ପଠାଯିବାକୁ ଯୋଜନା ହେଉଛି। ଏଭଳି ଘଟଣା କିଛି ନୂଆ ନୁହେଁ, କିଛି ଦିନ ତଳେ ଜଣେ ବ୍ୟକ୍ତି ପେନସନ୍ ପାଇବା ଲାଗି ତାଙ୍କ ମା’ଙ୍କ ଶବକୁ ମାସ ମାସ ଧରି ଘରେ ଲୁଚାଇ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Dead-Body-784x441.jpg)