ଇସ୍ଲାମ୍ବାଦ୍: ପାକିସ୍ତାନ ବିରୋଧରେ ଭାରତର ‘ଅପରେସନ୍ ସିନ୍ଦୂର’କୁ ଏହା ଭିତରେ ୨ ମାସ ପୂରି ସାରିିଛି। ହେଲେ ଏବେ ବି ପାକିସ୍ତାନର କିଛି ସ୍ଥାନ ମରାମତି ଅବସ୍ଥାରେ ରହିଛି।
ପାକିସ୍ତାନ ତାର ରହିମ ୟାର ଖାନ ବାୟୁସେନା ଘାଟିର ଏକମାତ୍ର ରନୱେ ବନ୍ଦ ଅବଧିକୁ ତୃତୀୟ ଥର ପାଇଁ ବୃଦ୍ଧି କରିଛି। ଯାହାକି ଭାରତା ‘ଅପରେସନ ସିନ୍ଦୂର’ ସମୟରେ ବ୍ୟାପକ କ୍ଷତିକୁ ସୂଚାଇଛି।
ପାକିସ୍ତାନ ଦ୍ୱାରା ଜାରି କରାଯାଇଥିବା ସଦ୍ୟତମ ଏନ୍ଓଟିଏଏମ୍ (ବିମାନ କର୍ମଚାରୀଙ୍କୁ ନୋଟିସ) ରେ କୁହାଯାଇଛି ଯେ ରନୱେ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବିମାନ ଚଳାଚଳ ପାଇଁ ବନ୍ଦ ରହିବ। କୌଣସି କାରଣ ଉଲ୍ଲେଖ ନକରି, ନୋଟାମ କେବଳ ଉଲ୍ଲେଖ କରିଛି ଯେ ମରାମତି କାମ ଚାଲୁ ଥିବାରୁ ବନ୍ଦ କରାଯାଇଛି।
ମେ ୧୦ ତାରିଖରେ ଭାରତର ଆକ୍ରମଣ ଦିନ ପ୍ରଥମ ବିମାନ କର୍ମଚାରୀଙ୍କୁ ନୋଟିସ ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ପଞ୍ଜାବ ପ୍ରଦେଶର ରଣନୈତିକ ଏୟାରବେସର ରନୱେ ଗୋଟିଏ ସପ୍ତାହ ପାଇଁ ଉଡ଼ାଣ ପରିଚାଳନା ପାଇଁ ଅନୁପଲବ୍ଧ ରହିବ। ଦ୍ୱିତୀୟ ନୋଟିସ୍ରେ ଜୁନ ୪ରେ ଜାରି କରାଯାଇଥିଲା, ଯାହା ଜୁଲାଇ ୪ ପର୍ଯ୍ୟନ୍ତ ବନ୍ଦକୁ ବୃଦ୍ଧି କରିଥିଲା।
‘ଅପରେସନ୍ ସିନ୍ଦୂର’ ପରେ ଜାରି ହୋଇଥିବା ସାଟେଲାଇଟ୍ ଫଟୋରେ ରହିମ ୟାର ଖାନ ଏୟାରବେସର ରନୱେ ମଝିରେ ଏକ ବଡ଼ ଏବଂ ଗଭୀର ଗର୍ତ୍ତ ଦେଖାଇଥିଲା। ଏୟାରବେସର ଏକ କୋଠା ମଧ୍ୟ ବ୍ୟାପକ କ୍ଷତି ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/18/new-project-18-2025-07-18-18-15-45.jpg)