ବାଲାକୋଟ ଏୟାରଷ୍ଟ୍ରାଇକକୁ ୨ ମାସ, ତଥାପି ପାକିସ୍ତାନ ମନରୁ ଭୟ ଯାଉନାହିଁ, ବିପୁଳ କ୍ଷତି ସତ୍ତ୍ୱେ ଆକାଶସୀମା ଖୋଲିବାକୁ ସାହସ ଜୁଟାଇପାରୁନାହିଁ

ନୂଆଦିଲ୍ଲୀ : ଆଜିକୁ ଠିକ ୨ ମାସ ତଳେ, ଫେବ୍ରୁଆରୀ ୨୬ରେ ବାଲାକୋଟରେ ଥିବା ଆକଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ବିମାନ ଆକ୍ରମଣ କରିଥିଲା । ତା’ପରଦିନ ଅର୍ଥାତ ଫେବ୍ରୁାଆରୀ ୧୭ରେ ପାକିସ୍ତାନ ବାୟୁସେନା ଏଫ-୧୬ ବିମାନ ସମେତ ଆଉ କେତେକ ବିମାନ ଭାରତୀୟ ବାୟୁସେନାରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ସତର୍କ ଭାରତୀୟ ବାୟୁସେନା ସେଗୁଡ଼ିକର ମୁହାଁମୁହିଁ ସାମନା କରି ଘଉଡେଇଦେଇଥିଲା । ଏହି ମୁକାବିଲା ବେଳ ଭାରତୀୟ ବାୟୁସେନାର ପାଇଲଟ ଅଭିନନ୍ଦନ ବର୍ଥମାନ ପାକିସ୍ତାନର ଏକ ଏଫ-୧୬ ବିମାନକୁ ଖସାଇ ଦେଇଥିଲେ । କିନ୍ତୁ ତାଙ୍କର ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ତାଙ୍କୁ ପାକିସ୍ତାନୀ ସେନା ଗିରଫ କରିଥିଲେ ।

ଏହି ଘଟଣା ଦୁଇ ମାସ ବିତିଯାଇଥିଲେ ମଧ୍ୟ ଭାରତୀୟ ବାୟୁସେନାର ଭୟ ପାକିସ୍ତାନ ମନରୁ ଯାଉନାହିଁ । ଏଥିପାଇଁ ଗତ ୨ ମାସ ହେଲା ପାକିସ୍ତାନ ନିଜର ଆକାଶସୀମାକୁ ବନ୍ଦ ରଖିଛି । ଏହା ଫଳରେ ବେସାମରିକ ବିମାନ ପାକିସ୍ତାନ ଉପରଦେଇ ଉଡିପାରୁନାହିଁ । ଏଥିପାଇଁ ପାକିସ୍ତାନ କୋଟି କୋଟିି ଡଲାର ରାଜସ୍ୱ ହରାଉଛି । ଚଳିତମାସ ପ୍ରାରମ୍ଭରେ ପାକିସ୍ତାନ ନିଜର ଆକାଶସୀମାର ମୋଟ ୧୧ଟି ରୁଟରୁ ଗୋଟିଏ ରୁଟ ଖୋଲିଥିଲା । କିନ୍ତୁ ଏବେବି ଆହୁରି ୧୦ଟି ରୁଟ ବନ୍ଦ ଅଛି । ଏହା ଦ୍ୱାରା ଭାରତ ସମେତ ଅନେକ ବିଦେଶୀ ବିମାନକମ୍ପାନି ମଧ୍ୟ କ୍ଷତି ସହୁଛନ୍ତି । ଏହା ସତ୍ତ୍ୱେ ପାକିସ୍ତାନ ବାୟୁସୀମାକୁ ଖୋଲିବାକୁ ସାହସ ଜୁଟାଇପାରୁନାହିଁ ।

ସମ୍ବନ୍ଧିତ ଖବର