ରାଇପୁର: ଏନକାଉଣ୍ଟରରେ ପୁଣି ଟଳିଲେ ମାଓବାଦୀ । ଯବାନଙ୍କ ଗୁଳିରେ ୨ ନକ୍ସଲ ନିହତ । ଛତିଶଗଡ଼ ସୁକମା ଜିଲ୍ଲାରେ ଆଜି ମଧ୍ୟାହ୍ନରେ ସୁରକ୍ଷାକର୍ମୀ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି । ପୋଲିସ ଏବଂ ଡିଆରଜି, ଏସଟିଏଫ ଯବାନ ଚଢ଼ାଉ କରିବା ପରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ତେବେ ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳିବିନିମୟରେ ଦୁଇ ଜଣ ନକ୍ସଲ ସଫା ହୋଇଛନ୍ତି ।
ସର୍ଚ୍ଚ ଅପରେସନ ବେଳେ ଯବାନ ଜଣେ ମହିଳା ନକ୍ସଲ ସମେତ ଜଣେ ପୁରୁଷ ନକ୍ସଲର ମୃତଦେହ ଉଦ୍ଧାର କରିଥିଲେ । ଏଥସହ ଘଟଣାସ୍ଥଳରୁ ଏକ ସ୍ବୟଂଚାଳିତ ବନ୍ଧୁକ ମଧ୍ୟ ଜବତ ହୋଇଛି ।
ତେବେ ମାଓମୁକ୍ତ ଭାରତ ପାଇଁ ଅପରେସନ ଜୋରଦାର ଚାଲିଥିବା ବେଳେ ମାଓବାଦୀଙ୍କୁ ଖୋଜି ଖୋଜି ମାରୁଛନ୍ତି ସୁରକ୍ଷାକର୍ମୀ । କେବେ ମାଓନେତା ତ କେବେ କମାଣ୍ଡର –କାହାକୁ ଛାଡୁ ନାହାନ୍ତି ଯବାନ । ଭୟରେ ନକ୍ସଲମାନେ ଆତ୍ମସମର୍ପଣ ବି କରୁଛନ୍ତି । ଗତ ଦୁଇଦିନ ତଳେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସହିଦ ହୋଇଥିଲେ ଆଉ ଯବାନ ଏହାର ବଦଲା ନେଇଥିବା କୁହାଯାଉଛି ।