ଯୁକ୍ତରାଷ୍ଟ୍ର ଆମେରିକାରେ ଶିରିଡ଼ି ସାଇବାବାଙ୍କ ଦୁଇଟି ନୂତନ ମନ୍ଦିର ପ୍ରତିଷ୍ଠା

ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେଲେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ

ୱାଶିଂଟନ : ଯୁକ୍ତରାଷ୍ଟ୍ର ଆମେରିକାରେ ଶ୍ରୀ ଶ୍ରୀ ଶିରିଡ଼ି ସାଇବାବାଙ୍କର ଦୁଇଟି ମନ୍ଦିର ପ୍ରତିଷ୍ଠା କରାଯାଇଛି। ଗୋଟିଏ ମନ୍ଦିର ମିନେସୋଟା ପ୍ରଦେଶର ଚସ୍‌କା ସହରଠାରେ ପ୍ରତିଷ୍ଠା କରାଯାଇଥିବାବେଳେ ଅନ୍ୟ ମନ୍ଦିର ୱାଶିଂଟନ ନିକଟସ୍ଥ ବେଲିଭ୍ୟୁଠାରେ ପ୍ରତିଷ୍ଠା କରାଯାଇଛି। ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବୁଦ୍ଧିଜୀବୀ ଓ ଦାର୍ଶନିକ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ଉଭୟ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦାନ କରିବା ସହିତ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସୂଚନା ଅନୁସାରେ, ମିନେସୋଟା ପ୍ରଦେଶର ଚସ୍‌କା ସହରଠାରେ ପ୍ରାୟ ଚାଳିଶି ଏକର ପରିସର ବିଶିଷ୍ଟ ବିସ୍ତୀର୍ଣ୍ଣ ଭୂଖଣ୍ଡରେ ଏହି ମନ୍ଦିର ନିର୍ମିତ ହୋଇଛି। ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଆମେରିକାର ପ୍ରାୟ ୧୪ଟି ରାଜ୍ୟ ସମେତ ଆମେରିକା ବାହାରୁ ବିଭିନ୍ନ ଦେଶ ଯଥା ଭାରତ, ନିଉଜିଲାଣ୍ଡ, ଜର୍ମାନୀ, ଯୁକ୍ତରାଜ୍ୟ ଓ କାନଡ଼ା ପ୍ରଭୃତି ରାଷ୍ଟ୍ରରୁ ବହୁ ସଂଖ୍ୟକ ଭକ୍ତ ଆସିଥିଲେ। ତିନିଦିନ ବ୍ୟାପୀ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା।

ସେହିପରି, ଡିସେମ୍ବର ୱାଶିଂଟନ ନିକଟସ୍ଥ ବେଲିଭ୍ୟୁଠାରେ ସଦ୍‌ଗୁରୁ ଶ୍ରୀ ଶିରିଡ଼ି ସାଇବାବାଙ୍କର ଏକ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ତିନିଦିନ ଧରି ଚାଲିଥିବା ଏହି ଉତ୍ସବର ଶେଷଦିନରେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ଯୋଗଦେଇ ପ୍ରତିଷ୍ଠା କାର୍ଯ୍ୟର ସମ୍ପାଦନ କରିଥିଲେ।

ସମ୍ବନ୍ଧିତ ଖବର