ନୂଆଦିଲ୍ଲୀ: ଚୀନ୍ ସରକାର ତା'ର ପିପୁଲ୍ସ ଲିବରେସନ୍ ଆର୍ମି ରକେଟ୍ ଫୋର୍ସ (ପିଏଲ୍ଏ)ର ଦୁଇ ଜଣ ଅଧିକାରୀଙ୍କୁ ସେମାନଙ୍କ ପଦରୁ ହଟାଇ ଦେଇଛନ୍ତି । ସରକାରଙ୍କ ଏହି ପଦକ୍ଷେପ ପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ରକେଟ୍ ଫୋର୍ସର ଦୁଇ ଶୀର୍ଷ ବ୍ୟକ୍ତି ପୂର୍ବତନ କମାଣ୍ଡର ଲି ୟୁଚାଓ ଏବଂ ତାଙ୍କ ଡେପୁଟି କମାଣ୍ଡର ଲିଉ ଗୁଆଙ୍ଗବିନଙ୍କୁ ତୁରନ୍ତ ସେମାନଙ୍କ ପଦରୁ ହଟାଇ ଦିଆଯାଇଛି।

Advertisment

ଚୀନ୍ ରାଜନୀତି ଉପରେ ନଜର ରଖୁଥିବା କାନାଡାର କନସଲଟାନ୍ସି ସେରସିୟସ୍ ନାମକ ପତ୍ରିକା ଗତ ମାସରେ ରିପୋର୍ଟ କରିଥିଲା ଯେ ପିପୁଲ୍ସ ଲିବରେସନ୍ ଆର୍ମି ରକେଟ୍ ଫୋର୍ସ (ପିଏଲଏଆରଏଫ)ର ଜଣେ ବା ଦୁଇଜଣ ନୁହେଁ, ପ୍ରାୟ ୧୦ ଜଣ ବର୍ତ୍ତମାନର ଅଧିକାରୀଙ୍କ ଉପରେ ଖଣ୍ଡା ଝୁଲୁଛି। ବର୍ତ୍ତମାନ ପୂର୍ବତନ କମାଣ୍ଡର ଲି ୟୁଚାଓ ଏବଂ ତାଙ୍କ ଡେପୁଟି କମାଣ୍ଡର ଲିଉ ଗୁଆଙ୍ଗବିନଙ୍କୁ ହଠାତ୍ ପଦରୁ ହଟାଇ ଦିଆଯାଇଛି, ଯାହା କି ଗତ ଦଶନ୍ଧି ମଧ୍ୟରେ ଚୀନର ସେନାରେ ସବୁଠାରୁ ବଡ ପରିବର୍ତ୍ତନ ଅଟେ । ଆଗକୁ ମଧ୍ୟ କେତେକ ଅଧିକାରୀଙ୍କୁ ବିଦା କରାଯାଇପାରେ ।

ହଂକଂରୁ ଇଂରାଜୀରେ ପ୍ରକାଶିତ ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ଖବରକାଗଜ ଅନୁଯାୟୀ, ଲି ଏବଂ ତାଙ୍କ ବର୍ତ୍ତମାନର ଏବଂ ପୂର୍ବତନ ଡେପୁଟି କମାଣ୍ଡରମାନଙ୍କ ବିରୋଧରେ କେନ୍ଦ୍ରୀୟ ସାମରିକ ଆୟୋଗ (ସିଏମସି)ର ଦୁର୍ନୀତି ନିରୋଧୀ ୟୁନିଟ୍ ତଦନ୍ତ କରୁଛି। ଏହି କାରଣରୁ ହଟାଯାଇଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଚୀନର ସର୍ବୋଚ୍ଚ ପ୍ରତିରକ୍ଷା ସଂସ୍ଥାର ମୁଖ୍ୟ ହେଉଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ।