ପିଓକେରେ ପାକିସ୍ତାନ ବିରୋଧରେ ପ୍ରଦର୍ଶନ ବେଳେ ପୁଲିସର ଗୁଳିମାଡରେ ୨ ମୃତ, ୧୦୦ ଆହତ

ମୁଜାଫରବାଦ: ବିଗିଡ଼ିବାରେ ଲାଗିଛି ପାକ ଅଧିକୃତ କାଶ୍ମୀରର ସ୍ଥିତି | ପାକିସ୍ତାନର ପିଓକେ ପ୍ରତି ଥିବା କଠୋର ଶାସନକୁ ବିରୋଧ କରି ଏଠାକାର ଅଧିବାସୀମାନେ ବିରୋଧ କରିବାରେ ଲାଗି ପଡିଛନ୍ତି | ତେବେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ପାକିସ୍ତାନୀ ସେନା ଓ ପୁଲିସ ଗୁଳିରେ ୨ ଜଣ ବିକ୍ଷୋଭକାରୀଙ୍କର ମୃତ୍ୟୁ ଘଟିଥିବାବେଳେ ୧୦୦ ଜଣ ଆହତ ହୋଇଛନ୍ତି |

ଭାରତ ସରକାର କଶ୍ମୀର ଲୋକମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି ବୋଲି ପାକିସ୍ତାନ ସାରା ବିଶ୍ୱରେ ଡିଣ୍ଡିମ ପିଟୁଥିବାବେଳେ ପାକ୍‌-ଅଧିକୃତ କଶ୍ମୀର (ପିଓକେ)ରେ ଆନ୍ଦୋଳନ କରୁଥିବା ଲୋକମାନଙ୍କ ଉପରେ ପାକିସ୍ତାନ ସେନା ଓ ପୁଲିସ ଅକଥନୀୟ ଅତ୍ୟାଚାର କରୁଥିବାର ଏହି ଘଟଣା ପ୍ରମାଣିତ କରିଛି |


ମଙ୍ଗଳବାରଦିନ ପିଓକେର ରାଜଧାନୀ ମୁଜାଫରାବାଦରେ ଏକ ବଡ଼ ଧରଣର ଜନ ବିକ୍ଷୋଭ ଆୟୋଜିତ ହୋଇଥିଲା । ଏହାକୁ ଦବାଇବାକୁ ପାକିସ୍ତାନ ପୁଲିସ ଲାଠିଚାର୍ଜ କରିବା ସହ ଲୁହବୁହା ବାଷ୍ପ ପ୍ରୟୋଗ କରାଯାଇଛି । ତେବେ ଏହାପରେ ବି ବିକ୍ଷୋଭ ନ ଥମିବାରୁ ପୁଲିସ ଗୁଳିଚାଳନା କରିଥିଲା | ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା |

ସମ୍ବନ୍ଧିତ ଖବର