ନୂଆଦିଲ୍ଲୀ: ବେସାମରିକ ବିମାନ ନିର୍ଦ୍ଦେଶାଳୟ ବା ଡ଼ିଜିସିଏ ପକ୍ଷରୁ ୬ ଜଣ ପାଇଲଟଙ୍କୁ ସସ୍ପେଣ୍ଡ କରାଯାଇଛି | ଜେଟ ଏୟାରୱେଜର ୬ ଜଣ ପାଇଲଟଙ୍କୁ ଏୟାରବସ ଏ୩୨୦ ବିମାନର ଉଡାଣ ପରୀକ୍ଷାକୁ ନେଇ ପ୍ରତିବନ୍ଧକ ଲଗାଯାଇଛି | ଏହି ପାଇଲଟମାନେ ଉଦ୍ଦିଷ୍ଟ ପରୀକ୍ଷାରେ ନକଲ ବା କପି କରୁଥିବାବେଳେ ଧରାପଡ଼ିଥିଲେ | ଏହା ପୂର୍ବରୁ ଜୁଲାଇ ୨୯ ରେ ଡ଼ିଜିସିଏ ୨ ପାଇଲଟଙ୍କ ଉଡାଣ ଲାଇସେନ୍ସକୁ ବର୍ଷେ ପାଇଁ ରଦ୍ଦ କରିଦେଇଥିଲା | ଏହି ଦୁଇଜଣ ପାଇଲଟ ସ୍ପାଇସ ଜେଟର ହୋଇଥିବାବେଳେ ଡ଼ିଜିସିଏ ପକ୍ଷରୁ କୁହାଯାଇଥିଲା ଯେ ବିମାନକୁ ଭୁଲ ଢଙ୍ଗରେ ଲ୍ୟାଣ୍ଡିଙ୍ଗ କରିଥିଲେ |

Advertisment

publive-image

ଏହି ଦୁଇ ପାଇଲଟ ଠିକ ଭାବରେ ରନ ୱେରେ ବିମାନକୁ ଅବତରଣ କରିପାରିନଥିଲେ | ଯାହାଫଳରେ ବିମାନଟି ରନ ୱେରୁ ବାହାରକୁ ବାହାରି ଯାଇଥିଲା | ଏଠାରେ ସୂଚନା ଥାଉ କି ଜୁଲାଇ ୨ ତାରିଖରେ ସ୍ପାଇସ୍‌ଜେଟ୍‌ର ଏକ ବିମାନ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରୁଥିବା ସମୟରେ ରନୱେ ତଳକୁ ଖସିଯାଇ ଏକ ବଡ଼ ଧରଣର ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ ସୌଭାଗ୍ୟକ୍ରମେ ଅଳ୍ପକେ ବର୍ତ୍ତି ଯାଇଥିଲା |

ତେବେ ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ । ଏହି ଦୁର୍ଘଟଣା ଫଳରେ ମୁମ୍ବାଇ ଅନ୍ତର୍ଜାତିକ ବିମାନ ବନ୍ଦରର ମୁଖ୍ୟ ରନୱେ ଉପରେ ୧୫୦ ମିଟର ଲମ୍ବର ଏକ ଗର୍ତ୍ତ ସୃଷ୍ଟି ହୋଇଥିଲା ।