ପରସ୍ପରକୁ ଗୁଳି ମାରି ମୃତ୍ୟୁବରଣ କଲେ ଝାଡ଼ଖଣ୍ଡ ନିର୍ବାଚନ ଡିୟୁଟିରେ ଥିବା ଦୁଇ ପୁଲିସ ଅଧିକାରୀ

ନୂଆଦିଲ୍ଲୀ: ସୋମବାର ଦିନ ରାଞ୍ଚିରେ ପରସ୍ପର ଉପରକୁ ଗୁଳି ଚଳାଇ ଦୁଇ ଜଣ ପୁଲିସ ଅଧିକାରୀ ପ୍ରାଣ ହରାଇଛନ୍ତି।

ପୁଲିସ ଅଧିକାରୀ ଦୁହେଁ ହେଲେ- ବିକ୍ରମ ରାଜଓ୍ଵାଦେ ଏବଂ ମେଳାରାମ କୁରେ।

ସକାଳ ୬: ୩୦ ମିନିଟ୍‌ରେ ଖେଲଗାଓଁ ଠାରେ ଥିବା ମେଗା ସ୍ପୋର୍ଟସ୍‌ ଷ୍ଟାଡିୟମ୍‌ରେ ଘଟଣାଟି ଘଟିଛି। ପୁଲିସ ଦୁହେଁ ଛତିଶଗଡ଼ ସଶସ୍ତ୍ର ବଳର ୪ର୍ଥ ବାଟାଲିୟନ୍‌ ବି କମ୍ପାନିର। ଝାଡ଼ଖଣ୍ଡ ନିର୍ବାଚନ ଡିୟୁଟିରେ ସେମାନଙ୍କୁ ମୁତୟନ କରାଯାଇଥିଲା। ଗୁଳିକାଣ୍ଡରେ ଜଣେ ଲୋକ ଆହତ ହୋଇଥିବା କୁହାଯାଉଛି।

କାହିଁକି ଉଭୟ ପରସ୍ପର ଉପରକୁ ଗୁଳି ଚଳାଇଲେ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ଘଟଣାର ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର