ନକ୍ସଲ ଓ ପୁଲିସଙ୍କ ମଧ୍ୟରେ ଗୁଳିବିନିମୟ, ୨ ପୁଲିସ କର୍ମୀ ସହିଦ

କରାଇକେଲା: ପଶ୍ଚିମ ସିଂହଭୂମ ଜିଲ୍ଲାର କରାଇକେଲା ପୁଲିସ ଷ୍ଟେସନ ଅଞ୍ଚଳର ଜୋନୋ ଗ୍ରାମରେ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି | ଯେଉଁଥିରେ ୨ଜଣ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି | ମିଳିଥିବା ସୂଚନା ମୁତାବକ ଜିଲ୍ଲା ପୁଲିସ ଏବଂ ସିଆରପିଏଫ ର ମିଳିତ ଟିମ୍ ସର୍ଚ୍ଚ ଅପରେସନ ସମୟରେ ଗ୍ରାମବାସୀଙ୍କୁ ପଚରାଉଚରା ବେଳେ ଏହି ଏନକାଉଣ୍ଟର ହୋଇଥିଲା। ଏହି ସମୟରେ ନକ୍ସଲମାନେ ପୁଲିସ ଏବଂ ସିଆରପିଏଫ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବରେ ସୁରକ୍ଷା ବାହିନୀ ମଧ୍ୟ ଗୁଳି ଚଳାଇଥିଲେ ମଧ୍ୟ ନକ୍ସଲମାନେ ଖସି ପଳାଇ ଯାଇଥିଲେ।

photo-dainikbhaskar

କୋଲହାନ ରେଞ୍ଜର ପୁଲିସ ଡେପୁଟି ଅଫିସର ରାଜୀବ ରଂଜନ ସିଂ କହିଛନ୍ତି ଯେ ବର୍ତ୍ତମାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି। ନକ୍ସଲମାନେ ଜଣେ ଗ୍ରାମବାସୀଙ୍କ ଘରେ ଲୁଚି ରହିଥିଲେ। ସର୍ଚ୍ଚ ଅପରେସନ ବେଳେ ନକ୍ସଲମାନେ ଆଖିବୁଜା ଗୁଳିଚାଳନା କରିଥିଲେ | ଏଥିରେ ଦୁଇ ପୁଲିସ କର୍ମଚାରୀ ଲାଖୀନ୍ଦ୍ର ମଣ୍ଡଳ ଏବଂ ସୁନ୍ଦର ସ୍ୱରୂପ ମାହାତୋ ସହିଦ ହୋଇଥିଲେ |

ଏଠାରେ ସୂଚନା ଥାଉ କି ଏହା ପୂର୍ବରୁ ମେ ୨୮ ତାରିଖରେ ଝାଡ଼ଖଣ୍ଡର ଚାଇବାସା ଜିଲ୍ଲାରେ ଗୁରୁବାର ସକାଳ ୪.୩୦ରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ଏବଂ ରାଜ୍ୟ ପୁଲିସ, ପିପୁଲ୍ସ ଲିବରେସନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(ପିଏଲଏଫଅରଇ)ର ତିନିଜଣ ନକ୍ସଲଙ୍କୁ ନିହତ କରିବା ସହିତ ଦୁଇଜଣଙ୍କୁ ଗିରଫ କରିଛନ୍ତି। କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ଏବଂ ସ୍ଥାନୀୟ ପୁଲିସ ଘଟଣାସ୍ଥଳରୁ ନକ୍ସଲଙ୍କ ବ୍ୟବହୃତ ଏକେ-୪୭ ସମେତ ଅନେକ ମାରଣାସ୍ତ୍ର ଜବତ କରିଥିଲେ |

ସମ୍ବନ୍ଧିତ ଖବର