ଗୁଜରାଟର ୨ ରାଜ୍ୟସଭା ଆସନକୁ ନେଇ ଛକାପଂଝା

ନିର୍ବାଚନ ଏକ ସଂଗରେ କରିବାକୁ କଂଗ୍ରେସର ଦାବି

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଲୋକସଭା ନିର୍ବାଚନ ଜିତିବା ପରେ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ଗୁଜରାଟରୁ ଖାଲି ହୋଇଥିବା ଏହି ଦୁଇ ଆସନରେ ନିର୍ବାଚନ ଏକସଂଗରେ କରିବା ପାଇଁ ଆଜି କଂଗ୍ରେସ ନେତା ଅଭିଷେକ ମନୁ ସିଂଗଭୀ ଦାବି କରିଛନ୍ତି। ଉଭୟ ଆସନରେ ଅଲଗା ନିର୍ବାଚନ କରିବା ପାଇଁ ବିଜେପି ଚାଲ୍‌ ଖେଳୁଛି ଏବଂ ଏହା ପଛରେ ବିଜେପିର ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି ସେ କହିଛନ୍ତି। ସୂଚନା ଯୋଗ୍ୟ ମେ ୨୮ରେ ଅମିତ ଶାହଙ୍କ ରାଜ୍ୟସଭା ଆସନ ଖାଲି ହୋଇଥିବା ଘୋଷଣା କରାଯାଇଥିବା ବେଳେ ଏହାର ଗୋଟିଏ ଦିନ ପରେ ସ୍ମୃତିଙ୍କ ଆସନ ଖାଲି ହୋଇଥିଲା। ସ୍ମୃତିଙ୍କ ନିର୍ବାଚନ ପରିଣାମ ଆସିବାରେ ବିଳମ୍ବ ହୋଇଥିବାରୁ ଏଭଳି ସ୍ଥିତି ଉପୁଜିଥିଲା।

ସମ୍ବନ୍ଧିତ ଖବର