ନୋଏଡା: କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ହେବା ପରେ ରିପୋର୍ଟ ନେଗେଟିଭ ଆସିବାରୁ ଗତ ଶୁକ୍ରବାର ଦିନ ଦିଲ୍ଲୀ ନିକଟସ୍ଥ ନୋଏଡା ଡାକ୍ତରଖାନାରୁ ଦୁଇଜଣଙ୍କୁ ଡିସଚାର୍ଜ କରାଯାଇଥିଲା । କିନ୍ତୁ ତୃତୀୟ ରାଉଣ୍ଡ ପରୀକ୍ଷା ରିପୋର୍ଟ ପଜିଟିଭ ଆସିବାରୁ ପୁଣି ଥରେ ଦୁଇଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ନୋଏଡାର ସରକାରୀ ସରକାରୀ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ(ଜିଏମ୍ଏସ୍)ରେ ଥିବା ଏହି ଦୁଇ ରୋଗୀଙ୍କ ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ଦୁଇଥର ନେଗେଟିଭ ଆସିଥିଲା। ଶୁକ୍ରବାର ସେମାନଙ୍କୁ ଡିସଚାର୍ଜ କରାଯାଇଥିବା ବେଳେ ପରୀକ୍ଷା ପାଇଁ ଆଉ ଏକ ନମୁନା ନିଆଯାଇଥିଲା। ପରେ ନମୁନାର ରିପୋର୍ଟ ପଜିଟିଭ ଆସିବାରୁ ଏବେ ପୁଣି ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି | ଡାକ୍ତରମାନେ ଅନୁସନ୍ଧାନ କରିବା ପରେ ଏକ ବିସ୍ତୃତ ରିପୋର୍ଟ କେନ୍ଦ୍ରକୁ ପଠାଯିବ ବୋଲି ଅଧିକାରୀମାନେ କହିଛନ୍ତି।

COVID-19 cases cross 600, 1st death in TN; more beds earmarked in ... National Herald

ସୂଚନା ମୁତାବକ, ଗୌତମ ବୁଦ୍ଧ ନଗର ଏବଂ ଉତ୍ତରପ୍ରଦେଶରେ ଥିବା ଅନ୍ୟାନ୍ୟ ଅଞ୍ଚଳ କରୋନାଭାଇରସ୍ ହଟସ୍ପଟ୍ ବୋଲି ଜଣାପଡିବା ପରେ ଏପ୍ରିଲ୍ ୧୫ପର୍ଯ୍ୟନ୍ତ ସେଗୁଡିକୁ ସିଲ୍ କରାଯାଇଥିଲା। କରୋନାଭାଇରସ୍ ମାମଲାରେ ତୀବ୍ର ବୃଦ୍ଧି ପରେ
ଗୌତମ ବୁଦ୍ଧ ନଗରରେ ଏହି ମାସ ଶେଷ ପର୍ଯ୍ୟନ୍ତ ବଡ ସମାବେଶକୁ ନିଷେଧ କରାଯାଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ କୋଭିଡ-୧୯ ମାମଲା ୯,୦୦୦ ମାର୍କ ଅତିକ୍ରମ କରିଥିବା ବେଳେ ୩୦୮ଜଣଙ୍କର ମୃତ୍ୟୁ ଘଟିଛି।