ବାଗ୍‌ଦାଦ୍‌ର ‘ଗ୍ରିନ୍‌ ଜୋନ୍‌’ରେ ଦୁଇଟି ରକେଟ୍‌ ମାଡ଼

ବାଗ୍‌ଦାଦ୍‌: ବୁଧବାର ବିଳମ୍ବିତ ରାତ୍ରୀରେ ଇରାକ୍‌ର ରାଜଧାନୀ ବାଗ୍‌ଦାଦ୍‌ସ୍ଥିତ ‘ଗ୍ରିନ୍‌ ଜୋନ୍‌’ ମଧ୍ୟକୁ ଦୁଇଟି ରକେଟ୍‌ ନିକ୍ଷେପ କରାଯାଇଛି ବୋଲି ନିରାପତ୍ତା ସୂତ୍ରରୁ ପ୍ରକାଶ। କେନ୍ଦ୍ରୀୟ ବାଗ୍‌ଦାଦ୍‌ର ୧୦ କିଲୋମିଟର ପରିମିତ କଡ଼ା ସୁରକ୍ଷା ବଳୟରେ ଥିବା ‘ଗ୍ରିନ୍‌ ଜୋନ୍‌’ ବା ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଜୋନ୍‌’ ନାମରେ ସୁପରିଚିତ ଏହି ଅଞ୍ଚଳରେ ଯୁକ୍ତରାଷ୍ଟ୍ର ଆମେରିକୀୟ ‘ମିସନ୍‌’ ସମେତ ବହୁ ବିଦେଶୀ ଦୂତାବାସ ଅବସ୍ଥିତ।

ଠିକ୍‌ ମଧ୍ୟରାତ୍ର ପୂର୍ବରୁ ଦୁଇଟି ବିସ୍ଫୋରଣ ଶବ୍ଦ ଶୁଭିବା ପରେ ‘ଗ୍ରିନ୍‌ ଜୋନ୍‌’ର ସିକ୍ୟୁରିଟି ସାଇରନ୍‌ ବାଜି ଉଠିଥିଲା।

File photo courtesy of Hindustan Times

ଆମେରିକୀୟ ଏବଂ ଅନ୍ୟ ମିତ୍ରରାଷ୍ଟ୍ରମାନଙ୍କର ସୈନ୍ୟ ରହୁଥିବା ଇରାକୀ ସାମରିକ ଘାଟି ଉପରେ ତେହେରାନ୍‌ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା କ୍ଷେପଣାସ୍ତ୍ର ମାଡ଼ କରିବାର ପ୍ରାୟ ୨୪ ଘଣ୍ଟା ପରେ ଏହି ରକେଟ୍‌ ଆକ୍ରମଣ ହୋଇଛି। ଅବଶ୍ୟ ଏଥିରେ କେହି ମୃତାହତ ହୋଇ ନାହାନ୍ତି।

ଗତ ସପ୍ତାହରେ ଯୁକ୍ତରାଷ୍ଟ୍ର ଆମେରିକା ଡ୍ରୋନ୍‌ ମାଧ୍ୟମରେ ଆକ୍ରମଣ କରି ଶୀର୍ଷସ୍ତରୀୟ ଇରାନୀୟ ଜେନେରାଲ୍‌ କାଶିମ୍‌ ସୁଲେମାନି ଏବଂ ଇରାକୀ କମାଣ୍ଡର୍‌ ଅବୁ ମହଦି ଅଲ୍‌-ମୁହାନ୍ଦିସ୍‌ଙ୍କୁ ହତ୍ୟା କରିଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଇରାନ୍‌ ଏବେ ଆମେରିକୀୟ ସାମରିକ ଆଡ୍ଡା ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରୁଛି।

ସମ୍ବନ୍ଧିତ ଖବର