ଜମ୍ମୁ ଓ କଶ୍ମୀର ବିଧାନସଭାରେ କଶ୍ମୀର ପଣ୍ଡିତଙ୍କ ପାଇଁ ୨ଟି ଆସନ ସଂରକ୍ଷିତ ରହିବ

ସୀମା ନିର୍ଦ୍ଧାରଣ କମିଟିର ସୁପାରିଶ

ନୂଆଦିଲ୍ଲୀ : କେନ୍ଦ୍ର ଶାସିତ ଅଂଚଳ ଜମ୍ମୁ ଓ କଶ୍ମୀର ବିଧାନସଭା ଆସନ ସଂଖ୍ୟା ବଢାଇବାକୁ ସୀମା ନିର୍ଦ୍ଧାରଣ ଆୟୋଗ ସୁପାରିଶ କରିଛି । ମୋଟ ୭ଟି ଆସନ ବୃଦ୍ଧି କରିବାକୁ ଆୟୋଗ ସୁପାରିଶ କରିଛି । ଏହା ଫଳରେ ଜମ୍ମୁ ଓ କଶ୍ମୀରର ମୋଟ ବିଧାନସଭା ଆସନ ସଂଖ୍ୟା ୮୩ରୁ ୯୦କୁ ବୃଦ୍ଧି ପାଇବ ।

କଶ୍ମୀର ପଣ୍ଡିତମାନଙ୍କ ପାଇଁ ବିଧାନସଭାରେ ୨ଟି ଆସନ ସଂରକ୍ଷିତ ରହିବ । ସେହିପରି ଅନୁସୂଚୀତ ଉପଜାତି ବର୍ଗ ପାଇଁ ମୋଟ ୯ଟି ଆସନ ସଂରକ୍ଷିତ ରହିବ । ଏହି ୯ଟି ମଧ୍ୟରୁ କଶ୍ମୀରରେ ୩ଟି ଆସନ ଓ ଜମ୍ମୁରେ ୬ଟି ଆସନ ରହିବ । କଶ୍ମୀରର ବିଧାନସଭା ଆସନ ସଂଖ୍ୟା ୪୬ରୁ ୪୭କୁ ବଢିବ । ଜମ୍ମୁର ଆସନ ସଂଖ୍ୟା ୩୭ରୁ ୪୩କୁ ବଢିବ । ପୂର୍ବପରି ପାକ-ଅଧିକୃତ କଶ୍ମୀର ପାଇଁ ୨୪ଟି ଆସନ ଖାଲି ରହିବ । ଜମ୍ମୁ ଓ କଶ୍ମୀରର ସମସ୍ତ ୫ଟି ଯାକ ସଂସଦୀୟ ଆସନରେ ସମାନ ସଂଖ୍ୟକ ବିଧାନସଭା ଆସନ ରହିବ ।

ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ଓ ରାଜ୍ୟ ମାନ୍ୟତା ପ୍ରତ୍ୟାହାର ପରେ କେନ୍ଦ୍ର ସରକାର ଏକ ତିନି ସଦସ୍ୟ ବିଶିଷ୍ଟ ସୀମା ନିର୍ଦ୍ଧାରଣ ଆୟୋଗ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଂଜନା ଦେଶାଇଙ୍କ ଅଧ୍ୟକ୍ଷତା ଗଠନ କରିଥିଲେ । ଏହି ଆୟୋଗ ଆଜି ନିଜର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଛି । ଆସନ୍ତା କାଲି ଅର୍ଥାତ ମେ ୬ ତାରିଖରେ ଏହି ଆୟୋଗର କାର୍ଯ୍ୟକାଳ ସମାପ୍ତ ହେଉଥିଲା ।

 

ସମ୍ବନ୍ଧିତ ଖବର