ଛତିଶଗଡ଼: ସୁକୁମା ଏନ୍‌କାଉଣ୍ଟର୍‌ରେ ୨ ଯବାନ ସହିଦ

ସୁକୁମା: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକୁମାଠାରେ ଏନ୍‌କାଉଣ୍ଟର୍‌ରେ ରବିବାର ୨ ଜଣ ଯବାନ ସହିଦ ହୋଇଛନ୍ତି। ଭେଜିଠାରେ ହୋଇଥିବା ଏହି ଏନ୍‌କାଉଣ୍ଟରରେ ପୋଲିସି୍‌ ସ୍ପେସିଆଲ୍‌ ଟାସ୍କ ଫୋର୍ସର ୬ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏନ୍‌କାଉଣ୍ଟ୍‌ରେ ଜଣେ ମାଓବାଦୀର ମଧ୍ୟ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି।

ରବିବାର ସକାଳ ପ୍ରାୟ ୧୧ଟାରେ ପୁଲିସ୍‌ ଅପରେସନ୍‌ ଆରମ୍ଭ କରିଥିଲା। ଆରମ୍ଭ ହେବା ପରେ ଏହା ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିଥିଲା। ୨୦୨ କୋବ୍ରାର ୫ଟି ଦଳ ମଧ୍ୟ ଏହି ଅପରେସନର ଏକ ଅଂଶ ଥିଲେ। ଦୁଇ ପକ୍ଷରୁ ଅତର୍କିତ ଗୁଳି ଚାଳନା ହୋଇଥିଲା। ଏସ୍‌ଟିଫିର ଜଣେ ଏବଂ ଡିଆର୍‌ଜିର ଜଣେ ଯବାନ ସହିଦ ହୋଇଛନ୍ତି।

ସମ୍ବନ୍ଧିତ ଖବର