ଥିରୁଅନନ୍ତପୁରମ୍: କରୋନା ଭାଇରସ୍ ଏବେ ଦେଶବ୍ୟାପୀ ଆତଙ୍କ ଖେଳାଇ ଥିବାବେଳେ ବୟସ୍କମାନେ ଏଥିଯୋଗୁଁ ବେଶୀ ସଂକ୍ରମିତ ହୋଇଥିବାରୁ ଭୟ ବଢ଼ିଛି। କିନ୍ତୁ କେରଳର ୨ ଜଣ ବୟସ୍କ ରୋଗୀ ଏ ଦିଗରେ ନୂଆ ଆଶା ସଞ୍ଚାର କରିଛନ୍ତି। କେରଳର କୋଟ୍ଟାୟମ୍ ମେଡିକାଲ କଲେଜ୍ରେ ଚିକିତ୍ସିତ ହୋଇଥିବା ଜଣେ ୯୩ ବର୍ଷର ବୃଦ୍ଧ ଏବଂ ତାଙ୍କ ୮୮ ବର୍ଷୀୟା ପତ୍ନୀ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ଦମ୍ପତି ହସ୍ପିଟାଲ୍ରୁ ଡିସଚାର୍ଜ ହେବାପରେ ସେମାନଙ୍କୁ ଚିକିତ୍ସା କରିଥିବା ସ୍ବାସ୍ଥ୍ୟକର୍ମୀଙ୍କ ଆଖିରେ ଲୁହ ଆସିଯାଇଥିଲା। ଡ ଜୋସ୍ ଜୋସେଫ୍ କହିଛନ୍ତି, ସେମାନଙ୍କ ଜୀବନ ବଞ୍ଚାଇବା ଏକ ବଡ଼ ଚ୍ୟାଲେଂଜ ଥିଲା ଏବଂ ଆମେ ଏଥିରେ ସଫଳ ହୋଇଛୁ। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କେରଳ ମେଡିକାଲ୍ ଟିମ୍କୁ ଏନେଇ ଶୁଭେଚ୍ଛା ଜଣାଇଛନ୍ତି ଏବଂ ସେମାନେ କେରଳକୁ ଗର୍ବିତ କରିଥିବା କହିଛନ୍ତି। ତେବେ ଡାକ୍ତରମାନେ କହିଛନ୍ତି ଏହି ଦମ୍ପତିଙ୍କ ଶୃଙ୍ଖଳିତ ଜୀବନଶୈଳୀ, ଖାଦ୍ୟ ଅଭ୍ୟାସ ପାଇଁ ସେମାନଙ୍କୁ ବଞ୍ଚାଇବା ସହଜସାଧ୍ୟ ହୋଇପାରିଲା।
ନୂଆ ଆଶା ସଞ୍ଚାର କଲେ କେରଳର ୨ ବୟସ୍କ ରୋଗୀ, କରୋନାରୁ ସୁସ୍ଥ ହେଲେ ୯୩ ବର୍ଷର ବୃଦ୍ଧ ଏବଂ ପତ୍ନୀ
/sambad/media/post_attachments/wp-content/uploads/2020/04/fs8h798sf7h98sfh7sf98hsfhsfhshsfsfhsfhfhsfhhhfhsfhfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)