କରୋନା ସଂକ୍ରମଣରୁ ବଞ୍ଚାଇବା ପାଇଁ ଶିଶୁକୁ ଅଦଳବଦଳ କଲେ ଦୁଇ ମହିଳା

ସିକ୍କିମ୍ : କରୋନା ଭୂତାଣୁ (କୋଭିଡ -୧୯) ମହାମାରୀ ମଧ୍ୟରେ ଦୁଇଜଣ ମହିଳା ସିକ୍କିମରେ ଅସ୍ଥାୟୀ ଭାବରେ ନିଜ ପିଲାମାନଙ୍କୁ ଅଦଳବଦଳ କରିଛନ୍ତି। ଉଭୟ ମହିଳା ନିଜ ପିଲାମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ଏଭଳି କରିଥିବା ଜଣାପଡ଼ିଛି | ମିଳିଥିବା ସୂଚନା ମୁତାବକ, ଦୁଇ ଜଣଙ୍କ ମଧ୍ୟରୁ କୋଭିଡ -୧୯ ଦ୍ୱାରା ଶିକାର ହୋଇଥିବା ଜଣେ ମହିଳା କରୋନା ସଂକ୍ରମିତ ହୋଇ ନଥିବା ବେଳେ ସେ ଜନ୍ମ ଦେଇଥିବା ୨୭ମାସର ଶିଶୁଟି କରୋନା ସଂକ୍ରମିତ ବୋଲି ଜଣା ପଡିଥିଲା | ଏହା ସହ ଅନ୍ୟ ଜଣେ ମହିଳା କରୋନା ସଂକ୍ରମିତ ହୋଇଥିବା ବେଳେ ସେ ଜନ୍ମ ଦେଇଥିବା ୬ମାସର ଶିଶୁଟି କରୋନା ଆକ୍ରାନ୍ତ ହୋଇ ନଥିବା ସ୍ପଷ୍ଟ କରିଥିଲେ ଡାକ୍ତର |

ତେବେ ଏଭଳି ସ୍ଥିତି ଦେଖି କିଛି ଦିନ ପାଇଁ ଦୁଇ ମହିଳା ଦୁଇଟି ଶିଶୁକୁ ଅଦଳବଦଳ କରିବା ପାଇଁ ନିଷ୍ପତ୍ତି ନେଇଥିଲେ | ବର୍ତ୍ତମାନ ସଂକ୍ରମିତ ମହିଳା ସଂକ୍ରମିତ ଶିଶୁର ଦେଖାଶୁଣା କରିବା ସହ ସଂକ୍ରମିତ ହୋଇ ନଥିବା ମହିଳା ସଂକ୍ରମିତ ହୋଇ ନଥିବା ଶିଶୁର ଦେଖାଶୁଣା କରୁଛନ୍ତି | କରୋନା ଆକ୍ରାନ୍ତ ହୋଇଥିବା ମହିଳା ଏବଂ ଶିଶୁ ସୁସ୍ଥ ନହେବା ପର୍ଯ୍ୟନ୍ତ ଏଭଳି ଚାଲୁ ରହିବ ବୋଲି ଡାକ୍ତର କହିଛନ୍ତି |

63 मामले हैं सिक्किम में
oneindia

ଏସଟିଏନଏମ ହସ୍ପିଟାଲର ଡାକ୍ତର କହିଛନ୍ତି ଯେ, କରୋନା ଆକ୍ରାନ୍ତ ହୋଇ ନଥିବା ୬ମାସର ଶିଶୁର ସମସ୍ତ ପରିବାର ସଦସ୍ୟ କରୋନା ଆକ୍ରାନ୍ତ ଥିବାରୁ କେହି ମଧ୍ୟ ତାଙ୍କର ଯତ୍ନ ନେବା ପାଇଁ ସକ୍ଷମ ନ ଥିଲେ | ଏହା ପରେ ତାଙ୍କ ମା’ ପୂରା ଘଟଣା ଜଣାଇବା ସହ ଶିଶୁ ଅଦଳବଦଳ କରିବା କଥା କହିଥିଲେ | ବର୍ତ୍ତମାନ କରୋନା ଆକ୍ରାନ୍ତ ଶିଶୁ ଏବଂ ମହିଳାଙ୍କର ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ କରୋନା ମୁକ୍ତ ଥିବା ମହିଳା ଏବଂ ଶିଶୁକୁ ସଙ୍ଗରୋଧ କେନ୍ଦ୍ରରେ ରଖା ଯାଇଛି |

ସମ୍ବନ୍ଧିତ ଖବର