ଜୟପୁର : ରାଜସ୍ଥାନର ଯୋଧପୁର ରେଳ ଷ୍ଟେସନ୍ରୁ ୨ ଜଣ ଭାରତୀୟ ଯବାନ ଗିରଫ ହୋଇଛନ୍ତି। ଏହି ୨ ଯବାନ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଉଥିଲେ। ଆଇଏସ୍ଆଇର ମହିଳା ପ୍ରତିନିଧିଙ୍କ ଦ୍ବାରା ସେମାନେ ପ୍ରେମଜାଲ (ହନିଟ୍ରାପ୍)ର ଶିକାର ହୋଇଥିଲେ। ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ୨ ଜଣ ଯବାନ ପୋଖରାନ୍ରୁ ସେମାନଙ୍କ ନିଜ ଗ୍ରାମକୁ ଯାଉଥିବା ବେଳେ ସେମାନଙ୍କୁ ଯୋଧପୁର ରେଳ ଷ୍ଟେସନ୍ରୁ ଗିରଫ କରାଯାଇଛି। ଆଇଏସ୍ଆଇ ପ୍ରତିନିଧିଙ୍କୁ ଏମାନେ ହ୍ବାଟ୍ସଆପ୍ ଏବଂ ଫେସବୁକ୍ ମାଧ୍ୟମରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରୁଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଯବାନ ମଧ୍ୟପ୍ରଦେଶର ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଆସାମର। ଏହି ୨ ଜଣ ଯବାନଙ୍କ ନାମ ଲାନ୍ସ ନାଏକ ରବି ବର୍ମା ବିଚିତ୍ର ବୋହରା ।
ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଉଥିବା ଅଭିଯୋଗ : ରାଜସ୍ଥାନରେ ୨ ଯବାନ ଗିରଫ
/sambad/media/post_attachments/wp-content/uploads/2019/11/rajstan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)