ହାଇଦ୍ରାବାଦ: ତେଲେଙ୍ଗାନାର କାମାରେଡ୍ଡୀ ଆସନରେ ବିଜେପିର କେ ଭେଙ୍କଟ ରମଣ ରେଡ୍ଡୀ ୬୬,୬୫୨ ଭୋଟ ପାଇ ବିଆର୍ଏସ୍ର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ପରାସ୍ତ କରିଛନ୍ତି। ଏହି ଆସନରେ ତୃତୀୟ ସ୍ଥାନରେ କଂଗ୍ରେସର ରାଜ୍ୟ ମୁଖ୍ୟ ରେବାନ୍ତ ରେଡ୍ଡୀ ରହି ପରାଜିତ ହୋଇଛନ୍ତି। ଏହି ଆସନରୁ ଆଜିଯାଏ ଅଜଣାଅଶୁଣା ଥିବା ବିଜେପି ନେତା କେ ଭେଙ୍କଟ ରମଣ ରେଡ୍ଡୀ ୬୬,୬୫୨ ଓ ବିଆର୍ଏସ୍ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ୫୯,୯୧୧ଟି ଭୋଟ ପାଇଥିବା ବେଳେ କଂଗ୍ରେସର ପ୍ରଦେଶ କଂଗ୍ରେସ ସଭାପତି ଅନୁମୂଲ ରେବନ୍ତ ରେଡ୍ଡୀ ୫୮,୭୩୦ଟି ଭୋଟ ପାଇଥିଲେ। କେସିଆର୍ଙ୍କଠାରୁ ୬,୭୪୧ ଖଣ୍ଡ ଅଧିକ ଭୋଟରେ ବିଜେପି ନେତା ବିଜୟୀ ହୋଇଥିଲେ।
ବିଆରଏସ୍ ଓ କଂଗ୍ରେସ ମୁଖ୍ୟଙ୍କୁ ହରାଇଲେ ବିଜେପିର କେ ଭେଙ୍କଟରମଣ ରେଡ୍ଡୀ
/sambad/media/post_attachments/wp-content/uploads/2023/12/jgdjggjj.jpg)