ବୁଲନ୍ଦସହର: ମହାରାଷ୍ଟ୍ରର ପାଳଘରଠାରେ ନିକଟରେ ଦୁଇ ଜଣ ସାଧୁଙ୍କୁ ପିଟି ପିଟି ହତ୍ୟା ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ପୁଣି ଉତ୍ତର ପ୍ରଦେଶରେ ଅନୁରୂପ ଘଟଣା ଘଟିଛି। ଉତ୍ତର ପ୍ରଦେଶର ବୁଲନ୍ଦସହର ନିକଟସ୍ଥ ପାଗନ୍ ଗ୍ରାମର ଏକ ମନ୍ଦିରରେ ସୋମବାର ବିଳମ୍ବିତ ରାତିରେ ୨ ଜଣ ପୂଜକଙ୍କୁ ନିର୍ମମ କରାଯାଇଛି। ଦୀର୍ଘ ୧୦ ବର୍ଷ ଧରି ଏହି ୨ ଜଣ ପୂଜକ ପାଗନ୍ ଗ୍ରାମର ମନ୍ଦିରରେ ଦେବ ପୂଜା କାର୍ଯ୍ୟ କରିଆସୁଥିଲେ। ହତ୍ୟା କରାଯାଇଥିବା ଦୁଇ ଜଣ ମନ୍ଦିର ପୂଜକ ହେଉଛନ୍ତି ସାଧୁ ଜଗନ୍ ଦାସ (୫୫) ଏବଂ ସେବା ଦାସ (୩୫)। ସେମାନଙ୍କ ଘର ପାଗନ୍ ଗ୍ରାମ ନିକଟସ୍ଥ ଅନୁପସରଠାରେ ବୋଲି ଜଣାପଡ଼ିଛି। ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକେ ମନ୍ଦିରକୁ ଗଲାବେଳେ ମନ୍ଦିର ସାମ୍ନାରେ ଉକ୍ତ ଦୁଇ ପୂଜକଙ୍କ ଶବ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏହାପରେ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ହତ୍ୟାକାଣ୍ଡ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏ ନେଇ ଉତ୍ତର ପ୍ରଦେଶ ପୁଲିସ ଡିଜି ଏବଂ ବୁଲନ୍ଦସହର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହ ତୁରନ୍ତ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବୁଲନ୍ଦସହର ପୁଲିସର ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଛି ଯେ, ଗତ ଦୁଇ ଦିନ ତଳେ ମନ୍ଦିରକୁ ଆସିଥିବା ଜଣେ ଅଜଣା ବ୍ୟକ୍ତି ସହ ମନ୍ଦିରର ଏହି ପୂଜକଦ୍ବୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ଗଣ୍ଡଗୋଳ ହିଁ ହତ୍ୟାକାଣ୍ଡର କାରଣ ହୋଇଥାଇପାରେ ବୋଲି ବୁଲନ୍ଦସହର ପୁଲିସ କହିଛି। ପୁଲିସ ଏହି ମାମଲାରେ ୨ ଜଣକୁ ଅଟକ ରଖି ପଚରା ଉଚରା ଜାରି ରଖିଛି ବୋଲି ବୁଲନ୍ଦସହର ଏସ୍ଏସ୍ପି ସନ୍ତୋଷ କୁମାର ସିଂହ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ହତ୍ୟାର ଶିକାର ହୋଇଥିବା ଦୁଇ ଜଣ ମନ୍ଦିର ପୂଜକ ମନ୍ଦିର ନିକଟରେ ହିଁ ରହୁଥିଲେ। ମୁରାରି ଓରଫ ରାଜୁ ନାମକ ଜଣେ ବ୍ୟକ୍ତି ନିୟମିତ ମନ୍ଦିରକୁ ଆସୁଥିଲା ଏବଂ ମନ୍ଦିର ନିକଟରେ ବସି ଗଞ୍ଜେଇ ଟାଣୁଥିଲା। ମୁରାରିର ଏଭଳି କାର୍ଯ୍ୟକଳାପକୁ ଦୁଇ ପୂଜକ ବିରୋଧ କରିଆସୁଥିଲେ। ଏଣୁ ମୁରାରି କ୍ରୋଧରେ ଏକ ଖଣ୍ଡା ସହାୟତାରେ ୨ ଜଣ ପୂଜକଙ୍କୁ ମାରି ଦେଇଛି ବୋଲି ଏସ୍ଏସ୍ପି ସନ୍ତୋଷ କୁମାର ସିଂହ କହିଛନ୍ତି। ତେବେ ପୁଲିସ ମୁରାରିକୁ ଗିରଫ କରି ଅଧିକ ପଚରା ଉଚରା କରୁଛି। ସୂଚନାଯୋଗ୍ୟ, ଚଳିତ ମାସ ୧୬ ତାରିଖରେ ମହାରାଷ୍ଟ୍ରର ପାଳଘରଠାରେ ଦୁଇ ଜଣ ସାଧୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିବାବେଳେ ଉତ୍ତର ପ୍ରଦେଶରେ ଦୁଇ ଜଣ ମନ୍ଦିର ପୂଜକଙ୍କୁ ହତ୍ୟା ଘଟଣା ସ୍ଥିତିକୁ ଅଧିକ ସଙ୍ଗୀନ କରିଛି।
ୟୁପିରେ ୨ ମନ୍ଦିର ପୂଜକଙ୍କୁ ନିର୍ମମ ହତ୍ୟା, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଯୋଗୀ ଆଦିତ୍ୟନାଥ
ପାଳଘର ପରେ ଉତ୍ତର ପ୍ରଦେଶ
/sambad/media/post_attachments/wp-content/uploads/2020/04/712631-auraiya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)