ପାଟନାରୁ ଦୁଇ ଆତଙ୍କବାଦୀ ଗିରଫ

ପାଟନା: ବିହାର ପୁଲିସ ଆଜି ପାଟନାରୁ ଦୁଇ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ ବାଂଲାଦେଶୀ ଆତଙ୍କବାଦୀ ସଂଗଠନ ଜମିୟତ ଉଲ୍‌ ମୁଜାହିଦ୍ଦିନ ଏବଂ ଇସ୍‌ଲାମିକ୍‌ ଷ୍ଟେଟ୍‌ ବାଂଲାଦେଶ ସହିତ ସଂପୃକ୍ତ ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ପୁଲୱାମା ଆକ୍ରମଣ ସଂକ୍ରାନ୍ତ କେତେକ ଦସ୍ତାବିଜ ମଧ୍ୟ ଜବତ ହୋଇଛି। ଏହି ଦୁଇ ସନ୍ଦିଗ୍ଧ ବାଂଲାଦେଶ ଦେଇ ଭାରତରେ ଅନୁପ୍ରବେଶ କରିଥିଲେ। ସେମାନେ ନକଲି ପରିଚୟପତ୍ର ତିଆରି କରି ପାଟନାରେ ଆସି ରହିୁଥିଲେ। ପାରମ୍ଭିକ ଜେରାରୁ ଅନେକ ଗୁରୁତ୍ବପୂର୍ଣ୍ଣ ସୁରାକ୍‌ ମିଳିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର