ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ, ପାଲଟା ଜବାବରେ ଦୁଇ ଆତଙ୍କବାଦୀ ନିହତ

ଅନନ୍ତନାଗ: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର କବାରିଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ପ୍ରଥମେ ଆତଙ୍କବାଦୀମାନେ ପୁଲିସ ଓ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କରିଥିବା ବେଳେ ପ୍ରତିଜବାବରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଆଉ ଗୁଇନ୍ଦା ସୂଚନା ଆଧାରରେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ପୁଲିସ ଓ ସିଆରପିଏଫ ଯବାନଙ୍କ ତରଫରୁ ଅପରେସନ ଆରମ୍ଭ ହୋଇଥିଲା । କିନ୍ତୁ ସୁରକ୍ଷାକର୍ମୀ ଗାଁ ଭିତରେ ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ ଆତଙ୍କବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ହେଲେ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଆତଙ୍କବାଦୀମାନେ ନିପାତ ହୋଇଥିଲେ ।

पुलवामा आतंकवादी हमला: एक नई नीति का उदय या बचाव की कोशिश | ORF

ଏହି ଅପରେସନ ପରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନକୁ ଜୋରଦାର କରିଥିବା ବେଳେ ମୃତ ଆତଙ୍କବାଦୀଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ । ତେବେ ପୁଲିସ ଓ ଗୁଇନ୍ଦା ବିଭାଗ ମୃତ ଆତଙ୍କବାଦୀଙ୍କ ବାବଦରେ ଟିକିନିକି ତଥ୍ୟ ଯୋଗାଡରେ ଲାଗିଛି । ଏପରିକି ଆତଙ୍କବାଦୀଙ୍କୁ ନିପାତ କରିବା ପରେ ସ୍ଥାନୀୟ ଅଞ୍ଚଳକୁ ପୂରା ସିଲ୍ କରାଯାଇଥିବା ବେଳେ କଡାକଡି ଚେକିଂ ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର