ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁକାଶ୍ମୀର ସୋପିଆନରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି | ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି | ଏହି ଦୁଇ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡିଛି | ଦୁଇ ଆତଙ୍କବାଦୀଙ୍କ ନାମ ସାୟର ଅହମ ଭଟ ଓ ସାକୀର ଅହମ୍ମଦ | ଏହି ଦୁଇ ଆତଙ୍କବାଦୀଙ୍କ ସନ୍ଧାନ ସୁରକ୍ଷାକର୍ମୀ ବହୁଦିନ ଧରି କରୁଥିଲେ |

ଏମାନଙ୍କ ପାଖରୁ ବହୁ ମାତ୍ରାରେ ଗୁଳିଗୋଳା ସହ ଅସ୍ତ୍ରଶସ୍ତ୍ର ଜବତ ହୋଇଛି | ସେନା ପକ୍ଷରୁ ବର୍ତ୍ତମାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି | ମିଳିଥିବା ସୂଚନା ମୁତାବକ ସେନା ପକ୍ଷରୁ ଆଜି ସକାଳେ ସର୍ଚ୍ଚ ଅପରେସନ କରାଯାଉଥିବାବେଳେ ଏହି ଦୁଇ ଆତଙ୍କବାଦୀ ଗୁଳିଚାଳନା କରିଥିଲେ | ଏହାର ଜବାବ ଦେବାକୁ ଯାଇ ସେନା ମଧ୍ୟ ଗୁଳି ଚଳାଇଥିଲା | ଏହା ପୂର୍ବରୁ ଜମ୍ମୁକାଶ୍ମୀର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧରେ ଗୁଳିବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି |

PHOTO-oneindia

ଜାମ୍ମୁକାଶ୍ମୀରରେ ଜୁନ ୬ ତାରିଖ ସୁଦ୍ଧା ୧୦୦ରୁ ଆତଙ୍କବାଦୀଙ୍କର ସୁରକ୍ଷାକର୍ମୀଙ୍କ ଗୁଳିରେ ମୃତ୍ୟୁ ହେଲାଣି | ୨୦୧୮ରେ ୨୫୪ ଜଣ ଆତଙ୍କବାଦୀଙ୍କର ସେନା ଅପରେସନରେ ମୃତ୍ୟୁ ହୋଇଥିଲା | ସେହିପରି ପାକିସ୍ତାନ ପକ୍ଷରୁ ୨୦୧୯ ମସିହାରେ ୧୧୭୦ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବାବେଳେ ୨୦୧୮ରେ ୧୬୨୯ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା |

ସମ୍ବନ୍ଧିତ ଖବର