ଦୁଇ ଆତଙ୍କବାଦୀଙ୍କୁ ହତ୍ୟା କରି ୫ଦିନ ମଧ୍ୟରେ ଏସପିଓଙ୍କ ମୃତ୍ୟୁର ପ୍ରତିଶୋଧ ନେଲା ଭାରତୀୟ ସେନା

ନୂଆଦିଲ୍ଲୀ: ଶୁକ୍ରବାର ଦିନ କିସ୍ତାୱାରର ଡାଚାନ ଅଞ୍ଚଳରେ ହୋଇଥିବା ଏକ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଜାମ୍ମୁର ପୁଲିସ ଇନ୍ସପେକ୍ଟର ଜେନେରାଲ୍ କହିଛନ୍ତି, ” ଦୁଇ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ପାଇବା ପରେ  ପୁଲିସ, ଆର୍ମି ଏବଂ ସେଣ୍ଟ୍ରାଲ୍ ରିଜର୍ଭ ପୁଲିସ ଫୋର୍ସ ବାହିନୀକୁ ଆତଙ୍କବାଦୀଙ୍କ ଦମନ ପାଇଁ ନିୟୋଜିତ କରାଯାଇଥିଲା। ପରେ ସେମାନେ ଡାଚାନ ଅଞ୍ଚଳରେ ପହଂଚିବା ପରେ ଏନକାଉଣ୍ଟର କରାଯାଇଥିଲା, ଯେଉଁଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ନିକଟରୁ ଦୁଇଟି ଅସ୍ତ୍ର ଉଦ୍ଧାର କରାଯାଇଛି।”

Pulwama Encounter: Mamata Banerjee lashes out at Modi govt for ...
Business Today

ସୂଚନା ମୁତାବକ, ସ୍ୱତନ୍ତ୍ର ପୁଲିସ ଅଧିକାରୀ (ଏସପିଓ) ପାସିଦ ଇକବାଲ ଏବଂ ବିଶାଲ ସିଂ ସୋମବାର କିସ୍ତାୱାରର ଉପର ଅଞ୍ଚଳରେ ପାଟ୍ରୋଲିଂ ଡ୍ୟୁଟିରେ ଥିବାବେଳେ ଏହି ଦୁଇ ଆତଙ୍କବାଦୀ ତାଙ୍କ ଉପରକୁ ଆକ୍ରମଣ କରିଥିଲେ | ଏହି ଘଟଣା ପରେ ଜଣେ ଗୁରୁତର ଆହତ ହେବା ସହ ଜଣେ ଏସପିଓଙ୍କ ମୃତ୍ୟୁ ଘଟିଥିଲା | ଘଟଣା ପରେ ଦୁଇ ଆତଙ୍କବାଦୀ ସେଠାରୁ ଫେରାର ହୋଇଯାଇଥିବା ବେଳେ ଆଜି ତାଙ୍କୁ ଏନକାଉଣ୍ଟର କରାଯାଇଛି | ଆକ୍ରମଣକାରୀମାନେ ଡାଚାନରେ ଥିବା ଟାଣ୍ଡର ଗାଁର ବାସିନ୍ଦା ବୋଲି ଜଣା ପଡିଛି |

ସମ୍ବନ୍ଧିତ ଖବର