ଶ୍ରୀନଗର: ବୁଧବାର ଦିନ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏନ୍‌କାଉଣ୍ଟର୍‌ ଯୋଗୁଁ ବାରମୂଳାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

Advertisment

ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲାର ସୋପୋର ଅନ୍ତର୍ଗତ ବ୍ରଥକଲନ-ଗୁଣ୍ଡ୍‌ ମହଲା ଠାରେ ଗୁଳି ବିନିମୟ ଘଟିଥିଲା। ସେଠାରେ ଆତଙ୍କବାଦୀମାନେ ଛପିଥିବା ସୂଚନା ପାଇବା ପରେ ସୋପୋର୍‌ର ବ୍ରଥକଲନ ଅଞ୍ଚଳରେ ନିରାପତ୍ତା ବଳ କର୍ଡନ୍‌ ଏବଂ ସର୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା ବୋଲି ପୁଲିସ କହିଛି।

ପରେ ଆତଙ୍କବାଦୀମାନେ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା।