ଅନନ୍ତନାଗ: ଆଜି ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାର କୋକେର୍ନାଗ ଅନ୍ତର୍ଗତ ତଙ୍ଗପାୱା ଗ୍ରାମରେ ନିରାପତ୍ତାବଳ ସହିତ ଗୁଳି ବିନିମୟ କରି ୨ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି।
ସଂଗୃହୀତ ସୂଚନା ଅନୁସାରେ, ଆତଙ୍କବାଦୀମାନେ ଉପସ୍ଥିତ ଥିବା ଖବର ବିଶ୍ବସ୍ତସୂତ୍ରରୁ ପାଇବା ପରେ ପୁଲିସ ଓ ନିରାପତ୍ତା ବଳର ମିଳିତ ଦଳ ସେ ଅଞ୍ଚଳକୁ କର୍ଡନ୍ କରିଥିଲେ। ଆତ୍ମଗୋପନକାରୀ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଆତ୍ମରକ୍ଷା ନିମନ୍ତେ ନିରାପତ୍ତା ବଳ ପାଲଟା ଗୁଳି ଚଳାଇଥିଲା।
Image Courtesy of India Todayପୁଲିସ ଦେଇଥିବା ସୂଚନା ଅନୁସାରେ, ରବିବାର ରାତିରୁ ଆରମ୍ଭ ହୋଇଥିବା ଏନ୍କାଉଣ୍ଟର୍ ଏପର୍ଯ୍ୟନ୍ତ ଚାଲିଛି। ଘଟଣାସ୍ଥଳରେ ଆଉ ଜଣେ ଆତଙ୍କବାଦୀ ଥିବା କଥା ମନେହେଉଛି।
ପୂର୍ବରୁ ଅକ୍ଟୋବର ୫ ତାରିଖରେ ଜମ୍ମୁ ଓ କଶ୍ମୀରର ଶୋପିଆଁରେ ୨ଟି ପୃଥକ୍ ଏନ୍କାଉଣ୍ଟର୍ରେ ୪ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା। ନିହତ ହେବାର ୩ ଦିନ ପୂର୍ବେ ସେମାନେ ଜଣେ ପୁଲିସ କର୍ମଚାରୀଙ୍କ ହତ୍ୟା ଘଟଣାରେ ଜଡ଼ିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/encounter-1.jpg)