ଶ୍ରୀନଗର: ଶନିବାର ଦିନ ଶ୍ରୀନଗରରେ ଘଟିଥିବା ଏକ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀଙ୍କ ନିହତ ହୋଇଛନ୍ତି । ଏ ନେଇ ସ୍ଥାନୀୟ ପୁଲିସ ସୂଚନା ଦେବା ସହ ଏହି ଏନକାଉଣ୍ଟରରେ ଜଣେ ଯବାନ ଆହତ ହୋଇଥିବା ସେ କହିଛନ୍ତି। ଆଜି ସକାଳେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ରଣବୀରଗଡ ଅଞ୍ଚଳରେ କର୍ଡନ-ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ସର୍ଚ୍ଚ ଅପରେସନ ଚାଲୁଥିବା ବେଳେ ହଠାତ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ।
Sangbad Pratidinପରେ ଏହାର ଜବାବ ଦେବାକୁ ଯାଇ ସୁରକ୍ଷା ବାହିନୀ ଗୁଳି ଚଳାଇବା ଆରମ୍ଭ କରିଥିଲା। କିଛି ସମୟ ପରେ ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଥିଲେ। ଏବେ ଗୁରୁତର ଆହତ ହୋଇଥିବା ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଛି। ବର୍ତ୍ତମାନ ସୁଧା ମଧ୍ୟ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ଜଣା ପଡ଼ିଛି। କିଛି ଦିନ ତଳେ ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ଚାଲିଥିବା ଗୁଳି ବିନିମୟରେ ଅତି କମରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଶୋପିଆନ୍ର ଆମିସିପୋରା ଅଞ୍ଚଳରେ ସେନାର ସର୍ଚ୍ଚ ଅପରେସନ୍ ସକାଳେ ଆରମ୍ଭ ହୋଇଥିଲା। ଅପରେସନ୍ କାଳରେ ଲୁଚିଥିବା ଆତଙ୍କବାଦୀ ଗୁଳିଚାଳନା କରିଥିଲେ। ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା ବଳ। ଏହି ଘଟଣାରେ ୩ ଆତଙ୍କବାଦୀ ନିହତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/t-198.jpg)