ଅବନ୍ତିପୁରା ଏନ୍‌କାଉଣ୍ଟର, ୨ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜମ୍ମୁ କଶ୍ମୀର ପୁଲୱାମା ଜିଲ୍ଲା ସ୍ଥିତ ଅବନ୍ତିପୁରା ସହରରେ ଦୁଇଟି ପୃଥକ୍‌ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅବନ୍ତିପୁରାର କୱନି ଗ୍ରାମରେ ଗତ ସୋମବାର ସନ୍ଧ୍ୟାରୁ ସେନା ଏବଂ ସ୍ବତନ୍ତ୍ର ବାହିନୀର ମିଳିତ ସର୍ଚ୍ଚ ଅପରେସନ୍‌ ଆରମ୍ଭ ‌ହୋଇଥିଲା। ତେବେ ଅନେକ ସମୟର ଗୁଳିମାଡ଼ ପରେ ସୁରକ୍ଷାବାହିନୀ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ନିହତ ଆତଙ୍କବାଦୀର ନାଁ ଉଫେଦ୍‌ ଫାରୁକ୍‌ ଲୋନ୍‌। ଆତଙ୍କବାଦୀ ଗୋଷ୍ଠୀ ଏଲ୍‌ଇଟି ସହ ସେ ସଂପୃକ୍ତ।

ସମ୍ବନ୍ଧିତ ଖବର