ଜାପାନ୍‌ କ୍ରୁଜ୍‌ରେ ୨ ଯାତ୍ରୀଙ୍କ ମୃତ୍ୟୁ, ପୁଣି ଜଣେ ଭାରତୀୟ ଆକ୍ରାନ୍ତ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ଯୋଗୁଁ ମୃତ୍ୟୁ ଯନ୍ତା ପାଲଟି ଯାଇଥିବା ଜାପାନ୍‌ର କ୍ରୁଜ୍‌ ‘ଡାଏମଣ୍ଡ୍‌ ପ୍ରିନ୍ସେସ୍‌’ରୁ ଯାତ୍ରୀମାନଙ୍କୁ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଉଛି। କରୋନା ଆକ୍ରାନ୍ତ ଥିବା ୨ ଜଣ ଯାତ୍ରୀଙ୍କର ଆଜି ଏହି ଜାହାଜରେ ମୃତ୍ୟୁ ହେବାରୁ ଆତଙ୍କ ଖେଳିଯାଇଛି। ସେମାନେ ଜାପାନର ନାଗରିକ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ପୁଣି ଜଣେ ଭାରତୀୟ ମଧ୍ୟ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କ୍ରୁଜ୍‌ରେ ସମୁଦାୟ ୮ ଜଣ ଭାରତୀୟ ନାଗରିକ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ଆଜି ଗଣମାଧ୍ୟମକୁ କହିଛନ୍ତି। କ୍ରୁଜ୍‌‌ରୁ ପ୍ରାୟ ବିଭିନ୍ନ ରାଷ୍ଟ୍ରର ୧୫୦୦ ରୁ ଅଧିକ ଲୋକଙ୍କୁ ଖାଲି କରାଗଲାଣି। କ୍ରୁଜ୍‌ରେ ଆଜି ୨ ଯାତ୍ରୀଙ୍କର ମୃତ୍ୟୁ ହେବାପରେ ସଂକ୍ରମଣ ବ୍ୟାପକ ହେବା ନେଇ ଭୟ ବଢ଼ିଛି। ଜାପାନ ସେନା ଲୋକଙ୍କୁ ଉଦ୍ଧାର ବେଳେ ବ୍ୟାପକ ସୁରକ୍ଷା ପଦକ୍ଷେପ ନେଇଛନ୍ତି। ଉଲ୍ଲେଖଯୋଗ୍ୟ ଗତ ଫେବ୍ରୁଆରି ୪ ତାରିଖରୁ ଟୋକିଓର ୟୋକହମା ପୋର୍ଟରେ ଡାଇମଣ୍ଡ୍ ପ୍ରିନ୍ସେସ୍‌ କ୍ରୁଜ୍‌ ଲାଗିଥିଲା। ‌ପ୍ରଥମେ କ୍ରୁଜ୍‌ରେ ମାତ୍ର ୧୦ ଜଣ ଭାଇରସ୍‌ ଆକ୍ରାନ୍ତ ଥିଲେ କିନ୍ତୁ ପରେ ଏହି ସଂଖ୍ୟା ବଢ଼ିଲା।

ସମ୍ବନ୍ଧିତ ଖବର