ଭୋପାଳ ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଜିଲ୍ଲା ସଦର ମହକୁମା ୱାହିଦା ନିକଟରେ ଏନ୍‌ଟିପିସିର ଦୁଇ ମାଲ୍‌ବାହୀ ଟ୍ରେନ୍‌ ମଧ୍ୟ ମୁହାଁମୁହିଁ ଧକ୍କା ଘଟି ୩ ଜଣ ରେଳ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ ଲୋକୋ ପା‌ଇଲଟ୍‌ଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ପାଇଲଟ୍‌ଙ୍କ ନାମ ରସିଦ ଅହମ୍ମଦ ଏବଂ ତାଙ୍କ ଘର ଉତ୍ତର ପ୍ରଦେଶର ମିର୍ଜାପୁରରେ ‌ବୋଲି ଜଣାପଡ଼ିଛି। ଏହା ସହିତ ଦୁର୍ଘଟଣ‌ାରେ ସହକାରୀ ଲୋକୋ ପାଇଲଟ୍‌ ମନ୍‌ଦୀପ କୁମାର ଏବଂ ପଏଣ୍ଟ୍‌ସ ମ୍ୟାନ୍‌ ରାମଲଖନଙ୍କର ମୃତ୍ୟୁ ହୋଇଛି। ‌ପୁଲିସର କହିବା ଅନୁସାରେ, ଗୋଟିଏ ମାଲ୍‌ବାହୀ ଟ୍ରେନ୍‌ ଉତ୍ତରପ୍ରଦେଶର ରିହାନ୍ଦ ନଗର ଏନ୍‌ଟିପିସିରୁ ଆସୁଥିବାବେଳେ ଅନ୍ୟ ଟ୍ରେନ୍‌ଟି ସିଙ୍ଗ୍ରାଉଲିରୁ କୋଇଲା ଅନ୍‌ଲୋଡ୍‌ କରି ଫେରୁଥିଲା। ଦୁଇ ଟ୍ରେନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ୩ ଜଣ ଟ୍ରେନ୍‌ କର୍ମଚାରୀଙ୍କର ମୃତ୍ୟୁ ଘଟିଛି।