୨ ଆମେରିକୀୟ, ଜଣେ ବ୍ରିଟିଶ ବୈଜ୍ଞାନିକ ପାଇବେ ରସାୟନ ବିଜ୍ଞାନରେ ନୋବେଲ

ଷ୍ଟକହୋମ : ଦୁଇଜଣ ଆମେରିକୀୟ ବୈଜ୍ଞାନିକ ଫ୍ରାନ୍ସିସ ଆର୍ନୋଲ୍ଡ ଓ ଜର୍ଜ ସ୍ମିଥ ଓ ବ୍ରିଟିଶ ଗବେଷକ ଗ୍ରିଗୋରୀ ଓ୍ଵିଣ୍ଟର ରସାୟନ ବିଜ୍ଞାନ ବା କେମିଷ୍ଟ୍ରିରେ ଚଳିତ ବର୍ଷର ନୋବେଲ ପୁରସ୍କାର ପାଇବେ ।ଏ ସଂପର୍କରେ ରୟାଲ ସ୍ୱିଡିସ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି । ପୁରସ୍କାର ବାବଦରେ ମିଳିବାକୁ ଥିବା ୯ ନିୟୁତ ସ୍ୱିସ କ୍ରୋନର ( ପ୍ରାୟ ୧.୦୧ ନିୟୁତ ଡଲାର) ଏହି ତିନିଜଣଙ୍କ ମଧ୍ୟରେ ବାଣ୍ଟିଦିଆଯିବ । ତେବେ ବୈଜ୍ଞାନିକ ଆରନୋଲ୍ଡ ଏହି ରାଶିର ଅଧା ପାଇବାକୁ ଥିବାବେଳେ ଆର ଅଧାଟି ଜର୍ଜ ସ୍ମିଥ ଓ ଗ୍ରିଗୋରୀ ଓ୍ଵିଣ୍ଟର ପରସ୍ପର ମଧ୍ୟରେ ବାଣ୍ଟିନେବେ । ଏନଜାଇମ ଓ ଆଣ୍ଟିବାୟୋଟିକ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ ଏହି ୩ ଜଣଙ୍କୁ ବଛାଯାଇଥିବା ଏକାଡେମୀ ପକ୍ଷରୁ କୁହାଯାଇଛି ।

ପ୍ରସିଦ୍ଧ ବୈଜ୍ଞାନିକ, ବ୍ୟବସାୟୀ ତଥା ଡିନାମାଇଟର ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ଇଚ୍ଛାପତ୍ର ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ବିଜ୍ଞାନ, ସାହିତ୍ୟ ଓ ବିଶ୍ୱ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ । ପ୍ରଥମେ ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ଘୋଷଣା କରାଯାଏ । ତେବେ ଯୌନ କେଳେଙ୍କାରୀ ପାଇଁ ଏ ବର୍ଷ ସାହିତ୍ୟ ନୋବେଲ ପୁରସ୍କାର କାହାରିକୁ ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର