ଶ୍ରୀନଗର: ଗୁରୁବାର ସନ୍ଧ୍ୟାରେ ଜମ୍ମୁ-କଶ୍ମୀରର କିସ୍ତୱାର୍ ଜିଲ୍ଲାରେ ଦୁଇ ଗ୍ରାମ ପ୍ରତିରକ୍ଷା ଗୋଷ୍ଠୀ (ଭିଡିଜି) ସଦସ୍ୟଙ୍କୁ ଆତଙ୍କବାଦୀମାନେ ପହରଣ କରି ହତ୍ୟା କରିଛନ୍ତି। ଲସ୍କର-ଏ-ତୋଏବା ଆତଙ୍କବାଦୀ ସଂଗଠନର "କାଶ୍ମୀର ଟାଇଗର" ନାମକ ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି କୁହାଯାଉଛି। ଆତଙ୍କବାଦୀ ଗୋଷ୍ଠୀ ପୀଡ଼ିତଙ୍କ ଆଖିରେ ପଟି ପକାଇ ସେମାନଙ୍କ ଫଟୋ ସେୟାର କରିଥିବା ବି ଦେଖିବାକୁ ମିଳିଛି।
ମୃତକଙ୍କ ନାମ ଓହଲି କୁନ୍ତୱାରା ଗାଁର ନାଜିର ଅହମ୍ମଦ ଏବଂ କୁଲଦୀପ କୁମାର ବୋଲି ଜଣାପଡିଛି। ସେମାନଙ୍କ ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ। ପୁଲିସ ପକ୍ଷରୁ ଏକ ବିଶାଳ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ ସେମାନଙ୍କ ମୃତଦେହ ଦେଖିବାକୁ ମିଳିଛି।
ଅଧିକାରୀଙ୍କ କହିବାନୁସାରେ, ଉଭୟ ନାଜିର ଏବଂ କୁଲଦୀପ ଆତଙ୍କବାଦୀଙ୍କ ଦ୍ୱାରା ଅପହରଣ ହୋଇଥିବା ବେଳେ ଜଙ୍ଗଲରେ ସେମାନଙ୍କର ଗୋରୁ ଚରାଇବାକୁ ଯାଇଥିଲେ।
ନ୍ୟୁଜ୍ ଏଜେନ୍ସି ପିଟିଆଇ ସହ କଥାବାର୍ତ୍ତା କରି କୁଲଦୀପଙ୍କ ଭାଇ କହିଛନ୍ତି, "ଆମ ଭାଇ ଏବଂ ଅହମ୍ମଦଙ୍କୁ ଆତଙ୍କବାଦୀମାନେ ଅପହରଣ କରି ହତ୍ୟା କରିଥିବା ସୂଚନା ପାଇଛୁ। ସେମାନେ ଗ୍ରାମ ପ୍ରତିରକ୍ଷା ରାକ୍ଷୀ (ଭିଡିଜି) ଥିଲେ ଏବଂ ପୂର୍ବ ପରି ଗୋରୁ ଚରାଇବାକୁ ଯାଇଥିଲେ।"
ଏହି ଆକ୍ରମଣକୁ ଲ୍ୟୁଟେନାଣ୍ଟ୍ ଗର୍ଭର୍ଣ୍ଣର ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମାର୍ ଅବ୍ଦୁଲା ନିନ୍ଦା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/08/LIY8Wo1M6rG8OTrmPuAu.jpg)